ରାଉରକେଲା : ଟେନ୍ସା ରେ ଛୁରା ମାଡ଼ରେ ଦୁଇ କନେଷ୍ଟବଳ ଆହତ।। ଜଣେ କନେଷ୍ଟବଳ ଆଇଜିଏଚ୍ ରେ ଭର୍ତ୍ତି। ଅଭିଯୁକ୍ତ ଫେରାର।
BreakingNews
ConstableInjuredInStabbing
ରାଉରକେଲା : ୯/୪(ସତ୍ୟାନ୍ୟୁଜ) ଛୁରା ମାଡ଼ରେ କନେଷ୍ଟବଳ ଆହତ। ଆହତ କନେଷ୍ଟବଳ ପୃଥ୍ୱୀରାଜ ପରିଡ଼ା ଗୁରୁତର ଅବସ୍ଥାରେ ରାଉରକେଲା ଆଇଜିଏଚ୍ ରେ ଭର୍ତ୍ତି। ଛୁରା ମାଡ଼ରେ ଅନ୍ୟ ଜଣେ
କନେଷ୍ଟବଳ ସାମାନ୍ୟ ଆହତ ହୋଇଛନ୍ତି। ଏପରି ଏକ ଘଟଣା ଘଟିଛି ଲହୁଣୀପଡ଼ା ଥାନାର ଟେନ୍ସା ଫାଣ୍ଡି ଅଞ୍ଚଳରେ । ମଦ ବ୍ୟବସାୟକୁ କେନ୍ଦ୍ର କରି ଟେନ୍ସା ‘ ସି ‘ ସେକ୍ଟର ରେ ଗଣ୍ଡଗୋଳ ହେଉଥିବା ଖବର ପାଇ ଫାଣ୍ଡିର ଦୁଇଜଣ କନେଷ୍ଟବଳ ସେଠାରେ ପହଞ୍ଚିଥିଲେ। ଉଭୟ ପକ୍ଷଙ୍କୂ ଗଣ୍ଡଗୋଳ ରୁ ନିବୃତ୍ତ କରୁଥିବା ବେଳେ ଜଣଙ୍କ ଛୁରା ମାଡ଼ରେ କନେଷ୍ଟବଳ ପୃଥ୍ୱୀରାଜ ଆହତ ହୋଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ତୁରନ୍ତ ଟେନ୍ସା ଅଣା ଯାଇଥିଲା। ମାତ୍ର ଅବସ୍ଥା ଗୁରୁତର ଥିବାରୁ ରାଉରକେଲା ଆଇଜିଏଚ୍ ରେ ଭର୍ତ୍ତି କରାଯାଇଛି। ଆକ୍ରମଣକାରୀ ଘଟଣା ସ୍ଥଳ ୠ ଫେରାର ହୋଇ ଯାଇଛି। ପୋଲିସ୍ ଏକ ମାମଲା ରୁଜ୍ଜୁ କରି ତଦନ୍ତ କରୁଛନ୍ତି।