ରାଉରକେଲା : ଜଙ୍ଗଲ ନିଆଁ ଲିଭାଉ ଥିବା ବେଳେ ପୋଡ଼ି ହୋଇ ବନ କର୍ମଚାରୀ ଗୁରୁତର।। ଜେପି ହସ୍ପିଟାଲ୍ ରେ ଭର୍ତ୍ତି।

0 566

ରାଉରକେଲା : ୭/୪(ସତ୍ୟାନ୍ୟୁଜ) ଏକ ଦୁଃଖଦ ଘଟଣାରେ ଜଙ୍ଗଲ ନିଆଁ ଲିଭାଉ ଥିବା ବେଳେ ଜଣେ ବନ କର୍ମଚାରୀ ଗୁରୁତର ଭାବେ ଜଳି ଯାଇଛନ୍ତି। ନିଆଁରେ ପୋଡ଼ି ହୋଇ ଗୁରୁତର ଥିବା ସମର ଓରାମଙ୍କୁ ରାଉରକେଲା ଜେପି ହସ୍ପିଟାଲରେ କ୍ରିଟିକାଲ୍ ଅବସ୍ଥାରେ ଭର୍ତ୍ତି କରାଯାଇଛି। ବନ କର୍ମଚାରୀ ସମର ଓରାମ ତାଙ୍କର ଅନ୍ୟ ତିନି ଜଣ ସହଯୋଗୀଙ୍କ ସହ କୁଆଁରମୁଣ୍ଡା ଫରେଷ୍ଟ ରେଞ୍ଜ ବିରିଡ଼ା ନିକଟରେ ଜଙ୍ଗଲ ନିଆଁ ଲିଭାଉ ଥିବା ବେଳେ ଏହି ଦୁଃଖଦ ଘଟଣା ଘଟିଥିଲା। ନିଆଁ ଲିଭା ମେସିନ ସାହାଯ୍ୟରେ ଅଗ୍ନି ନିର୍ବାପିତ କରିବା ସମୟରେ ପବନ ଯୋଗୁଁ ନିଆଁ ପଛକୁ ମାରି ଥିଲା। ମେସିନ ପୋଡ଼ି ଯିବା ସହ ସମର ମଧ୍ୟ ଗୁରୁତର ଭାବେ ଜଳି ଯାଇଥିଲେ। ଏକ ଘରୋଇ ହସ୍ପିଟାଲ୍ ରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ଡି ଏଫ୍ ଓ , ରେଞ୍ଜ୍ ଅଫିସର ପ୍ରମୁଖ ପହଞ୍ଚି ଚିକିତ୍ସା ବାବଦରେ ବୁଝୁଛନ୍ତି।

Leave A Reply

Your email address will not be published.