ରାଉରକେଲା : ଏଆରପୋର୍ଟ ନିକଟରୁ ସ୍ଥାନାନ୍ତର ହେବ ଡମ୍ପିଂ ୟାର୍ଡ୍।। ତରକେରା ନିକଟରେ ଡମ୍ପିଂ ହେବ ସହରର ବର୍ଜ୍ୟବସ୍ତୁ।
ରାଉରକେଲା : ୩/୪(ସତ୍ୟାନ୍ୟୁଜ) ରାଉରକେଲା ବାସୀଙ୍କ ପାଇଁ ଖୁସି ଖବର। ଏଆରପୋର୍ଟ ନିକଟରୁ ସ୍ଥାନାନ୍ତର ହେବ ବର୍ଜ୍ୟବସ୍ତୁ ଡମ୍ପିଂ ୟାର୍ଡ। ରାଉରକେଲା ସହରରୁ ପ୍ରତିଦିନ ୧୨୦ ରୁ ୧୩୦ ମେଟ୍ରିକ୍ ଟନ୍ ବର୍ଜ୍ୟବସ୍ତୁ ବାହାରୁଛି। ଏହି ସବୁ କଠିନ ବର୍ଜ୍ୟବସ୍ତୁ କୁ ସଠିକ୍ ସ୍ଥାନରେ ପକାଇବା ଏବଂ
ରି-ସାଇକ୍ଲିଂ କରାଇବା ପ୍ରଶାସନ ଲାଗି ଏକ ଚ୍ୟାଲେଞ୍ଜ ହୋଇଛି। ପୂର୍ବରୁ ସହର ରୁ ବାହାରୁଥିବା ବର୍ଜ୍ୟବସ୍ତୁ ରିଙ୍ଗ ରୋଡ କଡ଼ରେ କିମ୍ବା ଏଠି ସେଠି ପକା ଯାଉଥିଲା। ପରେ ବିପିୟୁଟି ପଛ ପଟେ ଥିବା ଖୋଲା ସ୍ଥାନରେ ଅଳିଆ ଆବର୍ଜନା ପକା ଗଲା। ଏବେ ଏଆରପୋର୍ଟ ନିକଟରେ ଏହି ବର୍ଜ୍ୟବସ୍ତୁ ପଡୁଛି ଏବଂ ଏହାର ରି – ସାଇକ୍ଲିଂ ମଧ୍ୟ କରାଯାଉଛି। ମାତ୍ର ରାଉରକେଲା ମହାନଗର ନିଗମ ର ୭୦ ରୁ ୮୦ ଟନ୍ ପର୍ଯ୍ୟନ୍ତ ରି – ସାଇକ୍ଲିଂ କରିବା ଲାଗି ବ୍ୟବସ୍ଥା ଅଛି। ବାକି ପାଖାପାଖି ୫୦ ଟନ୍ ଆବର୍ଜନା ସେପରି ପଡ଼ି ରହୁ ଥିବାରୁ ଦୁର୍ଗନ୍ଧ ମୟ ସ୍ଥିତି ଉତ୍ପନ୍ନ ହେଉଛି। ସ୍ଥାନୀୟ ଲୋକେ ଏଠାରୁ ଡମ୍ପିଂ ୟାର୍ଡ ସ୍ଥାନାନ୍ତର ପାଇଁ ବହୁ ଦିନରୁ ଦାବି କରି ଆସୁଛନ୍ତି।
ଏବେ ଖୁବ୍ ଶୀଘ୍ର ଏହି ସ୍ଥାନରୁ ଆବର୍ଜନା ହଟିବାକୁ ଯାଉଥିବା ନେଇ ସୂଚନା ଦେଇଛନ୍ତି ମହାନଗର ନିଗମର କମିଶନର ଆଶୁତୋଷ କୁଲକର୍ଣି। ୧୪୩ ନମ୍ବର ଜାତୀୟ ରାଜପଥ ତରକେରା ନିକଟରେ ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷ ବର୍ଜ୍ୟବସ୍ତୁ ପକାଇବାକୁ ୩ ଏକର ଜମି ଦେଇଛନ୍ତି। ଖୁବ ଶୀଘ୍ର ଏଆରପୋର୍ଟ ନିକଟରେ ପଡ଼ୁଥିବା ବର୍ଜ୍ୟବସ୍ତୁ ସେଠାରେ ଡମ୍ପିଂ କରା ଯିବା ନେଇ ଆର୍ ଏମ ସି କମିଶନର କହିଛନ୍ତି।