ରାଉରକେଲା : ସେକ୍ସ ରାକେଟ୍ ବିରୁଦ୍ଧରେ ସ୍ବର ଉତ୍ତୋଳନ କଲେ ଜଗଦା ବାସୀ।। ଝିରିପାଣି ଥାନାରେ ହେଲେ ଫେରାଦ।। ଜିଲ୍ଲାପାଳ ଏବଂ ଏସପି ଙ୍କୁ ଭେଟିବେ ସ୍ଥାନୀୟ ଲୋକେ।
ରାଉରକେଲା : ୩/୪(ସତ୍ୟାନ୍ୟୁଜ) ରାଉରକେଲା ଜଗଦା ଅଞ୍ଚଳରେ ମଙ୍ଗଳବାର ଦିନ ଠାବ ହୋଇଥିବା ସେକ୍ସ ରାକେଟ୍ ରେ ଉଦ୍ଧାର ୫ ଜଣ ମହିଳାଙ୍କୁ ସଖୀ ଆଶ୍ରୟ ସ୍ଥଳୀରେ ରଖା ଯାଇଛି। ଏହି ଘଟଣାରେ ଗିରଫ ୩ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ପୋଲିସ୍ ସେକ୍ସ ରାକେଟ୍ ଘଟଣାର ଅଧିକ ତଦନ୍ତ କରୁଥିବା ବେଳେ ଜଗଦା ଅଞ୍ଚଳ ବାସୀ ଏହାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି। ଚଢ଼ାଉ କରାଯାଇଥିବା ଘରେ ବହୁ ଦିନରୁ ସେକ୍ସ ରାକେଟ ଚାଲିଥିବା ବେଳେ ପାଖ ପଡିଶା ମଧ୍ୟ ଏହାର ଟେର୍ ପାଇ ନଥିଲେ। ତେବେ ଏପରି ଘଟଣା ସମାଜରେ କୁପ୍ରଭାବ ପକାଇବା ଆଶଙ୍କା କରି ଜଗଦା ବାସୀ ଝିରିପାଣି ଥାନାରେ ଏକ ରିପୋର୍ଟ ଦେଇଛନ୍ତି। ଅନୈତିକ କାର୍ଯ୍ୟରେ ଲିପ୍ତ ଗିରଫ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସକୁ ଅନୁରୋଧ କରାଯାଇଛି। ଏ ବାବଦରେ ଅଞ୍ଚଳ ବାସୀ ଜିଲ୍ଲାପାଳ ଏବଂ ଏସପି ଙ୍କୁ ଅବଗତ କରାଇବେ ବୋଲି କହିଛନ୍ତି।
ସୂଚନା ଯୋଗ୍ୟଯେ ମଙ୍ଗଳବାର ଅପରାହ୍ନରେ ଜଗଦା ଅଞ୍ଚଳର ଏକ ଘରେ ପୋଲିସ ଚଢ଼ାଉ କରି ୫ ଜଣ ମହିଳାଙ୍କୁ ଉଦ୍ଧାର କରିଥିଲେ। ସେକ୍ସ ରାକେଟ ଚଳାଇବା ଅଭିଯୋଗ ୩ ଜଣଙ୍କୁ ଗିରଫ ମଧ୍ୟ କରା ଯାଇଥିଲା।