ରାଉରକେଲା : ୯୦ ତମ ପୋଲିସ୍ ଦିବସ ପ୍ରତିଷ୍ଠା ଦିବସ ପାଳିତ।। କର୍ତ୍ତବ୍ୟ ସମ୍ପାଦନାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପୋଲିସ କର୍ମଚାରୀ ସମ୍ମାନିତ।

0 201

ରାଉରକେଲା: ୧/୪(ସତ୍ୟାନ୍ୟୁଜ) ରାଉରକେଲାରେ ଜିଲ୍ଲା ପୋଲିସ୍ ପକ୍ଷରୁ ପାଳିତ ହୋଇ ଯାଇଛି ୯୦ ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ। ଏହି ଅବସରରେ ରିଜର୍ଭ ପୋଲିସ ପଡିଆରେ ରାଉରକେଲା ଏସପି ନୀତେଶ ୱାଧ୍ୱନି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାଏ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆୟୋଜିତ ପ୍ୟାରେଡ୍ ରେ ଅଭିବାଦନ ଗ୍ରହଣ କରିଥିଲେ। ପୋଲିସ ବିଭାଗରେ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା କର୍ମଚାରୀ ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇ ପୁରସ୍କୃତ କରାଯାଇଥିଲା। ରେଳବାଇ ପୋଲିସ୍ , ଓଡ଼ିଶା ପୋଲିସ , ଓଡ଼ିଶା ସଶସ୍ତ୍ର ପୋଲିସ୍ ବଳର ସଫଳ କର୍ମଚାରୀ ମାନଙ୍କୁ ମୁଖ୍ୟ ଅତିଥି ସମ୍ମାନୀତ କରିଥିଲେ। ପୋଲିସ ସେବା କ୍ଷେତ୍ରରେ ନିଜର ଡ୍ୟୁଟି ସମ୍ପାଦନ ଏବଂ କର୍ତ୍ତବ୍ୟ ପରାୟଣତା ପାଇଁ ଏହି ସମ୍ମାନ ପତ୍ର ପ୍ରଦାନ କରାଯାଇଥିଲା।
#rourkela #odisha

Leave A Reply

Your email address will not be published.