ରାଉରକେଲା : ରାଉରକେଲା ଜଗଦା ଅଞ୍ଚଳରେ ସେକ୍ସ ରାକେଟ୍ ଉପରେ ପୋଲିସର ଚଢାଉ।। ୫ ମହିଳା ଉଦ୍ଧାର।। ୫ ଦଲାଲ ଅଟକ ।

0 2,042

ରାଉରକେଲା : ୧/୪(ସତ୍ୟାନ୍ୟୁଜ) ରାଉରକେଲାରେ ଏକ ବଡ଼ ଧରଣର ସେକ୍ସ ରାକେଟ୍ ଠାବ କରିବାରେ ପୋଲିସ ସଫଳ ହୋଇଛି। ସେକ୍ସ ରାକେଟ ଚଳାଇବା ଅଭିଯୋଗରେ ଜଣେ ମହିଳାଙ୍କ ସମେତ ୫ ଜଣ ଦଲାଲ ଙ୍କୁ ପୋଲିସ ଅଟକ ରଖିଛି। ଏହା ସହ ୫ ଜଣ ମହିଳାଙ୍କୁ ମଧ୍ୟ ପୋଲିସ ଉଦ୍ଧାର କରିଛି। ଅଟକ ଥିବା ଦଲାଲ ମାନେ ପୂର୍ବରୁ ମଧ୍ୟ ସେକ୍ସ ରାକେଟ ଚଳାଇବା ଅଭିଯୋଗରେ ଗିରଫ ହୋଇଥିଲେ।

ରାଉରକେଲା ଜଗଦା ଅଞ୍ଚଳରେ ଏକ ସେକ୍ସ ରାକେଟ ଚାଲିଥିବା ସୂଚନା ପାଇବା ପରେ ରାଉରକେଲା ଏସପି ନୀତେଶ ୱାଧୱାନି ଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ଚଢ଼ାଉ କରିଥିଲେ। ରାଉରକେଲା ପୋଲିସର ସ୍ଵତନ୍ତ୍ର ସ୍କ୍ୱାର୍ଡ ଏବଂ ଝିରିପାଣି ଥାନା ପୋଲିସ ଚଢ଼ାଉ କରି ଜଗଦା ର ଏକ ଘରୁ ୫ ଜଣ ମହିଳାଙ୍କୁ ଉଦ୍ଧାର କରିଥିଲେ। ଏହା ସହ ସେକ୍ସ ରାକେଟ ଚଳାଉଥିବା ଅଭିଯୋଗରେ ଜଣେ ମହିଳାଙ୍କ ସମେତ ୫ ଜଣଙ୍କୁ ଅଟକ ରଖି ଥାନାରେ ପଚରା ଉଚୁରା କରୁଛି ପୋଲିସ।

Leave A Reply

Your email address will not be published.