ରାଉରକେଲା : ଓଡ଼ିଶା ଦିବସ ପାଳନ ପରିପ୍ରେକ୍ଷୀରେ ସହରରେ ଭବ୍ୟ ଶୋଭାଯାତ୍ରା।। ବିଭିନ୍ନ ସଙ୍ଗଠନ ପକ୍ଷରୁ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ।

0 299

ଆଜିଓଡ଼ିଶାଦିବସ

ରାଉରକେଲା : ୧/୪(ସତ୍ୟାନ୍ୟୁଜ) ୧୯୩୬ ମସିହା ଆଜିର ଦିନରେ ଗଠନ ହୋଇଥିଲା ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ । ବରପୁତ୍ରଙ୍କ ଅବଦାନକୁ ନେଇ ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଆଜିଠୁ ୧୪ ତାରିଖ ଯାଏଁ ପାଳନ ହେବ ଓଡ଼ିଆ ପକ୍ଷ । ରାଉରକେଲାରେ ବିଭିନ୍ନ ସଂଗଠନ ତଥା ଜିଲ୍ଲା ପ୍ରଶାସନ ପକ୍ଷରୁ ଓଡ଼ିଶା ଦିବସ ପାଳନ ଅବସରରେ ସହରର ମୁଖ୍ୟ ମାର୍ଗରେ ଭବ୍ୟ ଶୋଭାଯାତ୍ରା ବାହାରିଥିଲା। ଶୋଭାଯାତ୍ରାରେ ଅତିରିକ୍ତ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣି ଙ୍କ ସମେତ ବିଭିନ୍ନ ସଂଗଠନର କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ଉଦିତ ନଗର ସ୍ଥିତ ଆମ୍ବେଦକରଙ୍କ ପ୍ରତି ମୂର୍ତ୍ତି ରେ ମାଲ୍ୟାର୍ପଣ ପରେ ଶୋଭାଯାତ୍ରା ଆରମ୍ଭ ହୋଇ ଥିଲା। ଶୋଭାଯାତ୍ରା ମଧୁସୂଦନ ଛକରେ ପହଞ୍ଚିବା ପରେ ମଧୁ ବାବୁଙ୍କ ପ୍ରତିମୂର୍ତ୍ତି ରେ ବିଭିନ୍ନ ସଙ୍ଗଠନ ଏବଂ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ମାଲ୍ୟାର୍ପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ନୀଳଶୈଳ , ନୀଳଚକ୍ର ସଂଗଠନ ସମେତ ବହୁ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ।

Leave A Reply

Your email address will not be published.