ରାଉରକେଲା : ବେଦବ୍ୟାସ ବ୍ରାହ୍ମଣୀ ବ୍ରିଜ ଉପରେ ହେବା ଆଇକନିକ୍ ଝୁଲା ପୋଲ।। ମେ ମାସରେ ଶିଳାନ୍ୟାସ।। ଘୋଷଣା କଲେ ପୂର୍ତ୍ତ ମନ୍ତ୍ରୀ।
ରାଉରକେଲା : ୩୧/୩(ସତ୍ୟାନ୍ୟୁଜ) ରାଉରକେଲା ବେଦବ୍ୟାସ ଠାରେ ବ୍ରାହ୍ମଣୀ ବ୍ରିଜ ଉପରେ ନିର୍ମାଣ କରାଯିବ ଆଇକନିକ୍ ଝୁଲା ପୋଲ। ୩୫ କୋଟି ଟଙ୍କା ଅର୍ଥ ବିନିମୟରେ ଏହି ପୋଲ ନିର୍ମାଣ କରାଯିବ। ଏହାର ଚଟ୍ଟାଣ କାଚ ରେ ହେବ। ଯାହା ଫଳରେ ଲୋକମାନେ ଏହା ଉପରେ ଚାଲି ଚାଲି ଗଲେ ନଦୀର ପାଣି ଦେଖା ଯିବ। ଏହି ଝୁଲା ପୋଲ ଦେଶର ସର୍ବୋତ୍ତମ ଝୁଲା ପୋଲ ହେବ ବୋଲି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି। ରାଉରକେଲା ଦିବସ ପାଳନ ଅବସରରେ ଯୋଗଦେଇ ପୂର୍ତ୍ତ ମନ୍ତ୍ରୀ ମଞ୍ଚରୁ ଏହି ଘୋଷଣା କରିଥିଲେ। ମେ ମାସରେ ଝୁଲା ପୋଲ ର ଶିଳାନ୍ୟାସ ହେବା ବୋଲି ମନ୍ତ୍ରୀ କହିଥିଲେ।
ଏହା ପୂର୍ବରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ବେଦବ୍ୟାସ ଠାରେ ଝୁଲା ପୋଲ ନିର୍ମାଣ ଲାଗି ପୂର୍ତ୍ତ ମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଥିଲେ। ସେ କହିଥିଲେଯେ ୨୦୧୪ ମସିହାରେ ଦୂତୀୟ ବ୍ରାହ୍ମଣୀ ବ୍ରିଜ ସହ ଝୁଲା ପୋଲ ର ଦାବି ହୋଇଥିଲା। ଦୂତୀୟ ବ୍ରାହ୍ମଣୀ ବ୍ରିଜ ହୋଇ ଯାଇଥିବା ବେଳେ ଝୁଲା ପୋଲ ପାଇଁ ଆସିଥିବା ଅର୍ଥ ଖର୍ଚ୍ଚ ହୋଇ ନପାରି ଫେରି ଯାଇଥିଲା। ତତ୍କାଳୀନ ସରକାର ଏହା କରାଇ ଦେଇ ନଥିଲେ। ଝୁଲା ପୋଲ ସହ ରାଉରକେଲାରେ ରିଙ୍ଗ ବନ୍ଧ ପାଇଁ ମନ୍ତ୍ରୀ ଘୋଷଣା କରିଥିବାରୁ ଶ୍ରୀ ରାୟ ତାଙ୍କୁ ଧନ୍ୟବାଦ ଦେଇଥିଲେ।