ରାଉରକେଲା : ୩୧/୩(ସତ୍ୟାନ୍ୟୁଜ) ରାଉରକେଲା ରଘୁନାଥପାଲି ଥାନା ଅନ୍ତର୍ଗତ ଦେଓଗାଁ ମା ତାରିଣୀ ହୋଟେଲ ଗୁଳି କାଣ୍ଡ ଘଟଣାରେ ପୋଲିସ ୪ ଜଣ ଯୁବକଙ୍କୁ ଗିରଫ କରିବାରେ ସଫଳ ହୋଇଛି। ପୋଲିସ ଅଭିଯୁକ୍ତଙ୍କ ନିକଟରୁ ୪ଟି ବାଇକ୍ , ଗୋଟିଏ ଆମ୍ବୁଲାନ୍ସ , ଗୋଟିଏ ଖଣ୍ଡା ,
୪ ଟି ମୋବାଇଲ୍ ଫୋନ୍ ଜବତ କରିଛନ୍ତି। ୨୭ ତାରିଖ ରାତିରେ ଦେଓଗାଁ ର ମା ତାରିଣୀ ହୋଟେଲ ରେ ଦିବ୍ୟଜ୍ୟୋତି ମହାନ୍ତି ନାମକ ଜଣେ ଯୁବକଙ୍କ ୫ ଜଣ ଯୁବକ ମରଣାନ୍ତକ ଆକ୍ରମଣ କରିଥିଲେ। ଦିବ୍ୟଜ୍ୟୋତିଙ୍କୁ କିଛି ଦୁର୍ବୃତ୍ତ ବାଇକ୍ ରେ ଗୋଡାଉ ଥିବା ବେଳେ ସେ ହୋଟେଲ ଭିତରେ ପଶି ଯାଇଥିଲେ। ଉକ୍ତ ଯୁବକଙ୍କୁ ଗୋଡ଼ାଇ। ଗୋଡ଼ାଇ ତିନି ଜଣ ଦୁର୍ବୃତ୍ତ ହୋଟେଲ ଭିତରେ ପଶି ଭୁଜାଲିରେ ତାଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣକାରୀଙ୍କ ଠାରୁ ବର୍ତ୍ତିବା ଲାଗି ଦିବ୍ୟଜ୍ୟୋତି ଏକ ରୁମ୍ ରେ ପଶି ଯିବାରୁ ଦୁର୍ବୃତ୍ତ ମାନେ ଗୁଳି ଚଳାଇ ଥିଲେ। ଗୁଳି ମାଡ଼ରେ ରୁମ୍ ର କବାଟ ଏବଂ ବାଇକ୍ ରେ କଣା ହୋଇ ଯାଇଥିଲା। ରଘୁନାଥପାଲି ଥାନା ପୋଲିସ ତଦନ୍ତ କରି ୪ ଜଣଙ୍କୁ ଗିରଫ କରିଛି। ଏବେବି ଜଣେ ଫେରାର ଅଛି। ପୂର୍ବ ଶତ୍ରୁତାକୁ ନେଇ ଗୁଳି ମାଡ଼ ହୋଇଥିବା କୁହା ଯାଉ ଥିବା ବେଳେ ପୋଲିସ ର ଅଧିକ ତଦନ୍ତ ଜାରି ରହିଛି।