ରାଉରକେଲା : କୋଏଲ ନଦୀରେ ବୁଡି ଦୁଇ ଯୁବକ ମୃତ।। ଅନ୍ୟ ଦୁଇ ସାଙ୍ଗ ସୁରକ୍ଷିତ ଉଦ୍ଧାର।। ଗାଧୋଉଥିବା ବେଳେ ଏହି ଅଘଟଣ।

0 107

ରାଉରକେଲା : ୩୦/୩(ସତ୍ୟାନ୍ୟୁଜ) ରାଉରକେଲା ଝିରିପାଣି ନିକଟ କୋଏଲ ନଦୀରେ ବୁଡି ଦୁଇ ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି। ଚାରିଜଣ ଯୁବକ କୋଏଲ ନଦୀର କେରକେଟା ଘାଟରେ ଗାଧୋଉଥିବା ବେଳେ ଏହି ଦୁଃଖଦ ଘଟଣା ଘଟିଛି। ୮ ନମ୍ବର ସେକ୍ଟର ଅଞ୍ଚଳର ଜଣେ ଯୁବକଙ୍କ ମୃତ ଦେହ ନଦୀରୁ ଫାୟାର ଟିମ୍ ଉଦ୍ଧାର କରିଥିବା ବେଳେ ୧୭ ନମ୍ବର ସେକ୍ଟର ର ଜଣେ ଯୁବକଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ମାତ୍ର ଆଇଜିଏଚ ରେ ଚିକିତ୍ସା କରା ଯାଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇ ଯାଇଥିବା ସୂଚନା ମିଳୁଛି। ଅନ୍ୟ ଦୁଇ ଯୁବକଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି। ସେମାନେ ସୁରକ୍ଷିତ ଅଛନ୍ତି।
ମିଳି ଥିବା ସୂଚନା ଅନୁଯାୟୀ ଆଜି ଅପରାହ୍ନରେ ୪ ଜଣ ଯୁବକ କୋଏଲ ନଦୀର କେରକେଟା ଘାଟରେ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ସମୟରେ ଦୁଇ ଜଣ ଯୁବକ ପାଣିରେ ବୁଡି ଯାଇଥିଲେ। ଅନ୍ୟ ଦୁଇ ସାଙ୍ଗ ଙ୍କ ପାଟି ଶୁଣି ସ୍ଥାନୀୟ ଲୋକେ ପ୍ରଦୀପ ତରାଇ ନାମକ ଜଣେ ଯୁବକଙ୍କୁ ଉଦ୍ଧାର କରି ଆଇ ଜି ଏଚ ପଠାଇଥିଲେ। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ଉକ୍ତ ଯୁବକଙ୍କ ମୃତ୍ୟୁ ହୋଇଥିଲା। ନିଖୋଜ ଥିବା ଅନ୍ୟ ଜଣେ ଯୁବକ ଆର୍ଶୀବାଦ ବାରିକଙ୍କ ମୃତ ଦେହ ଫାୟାର ବ୍ରିଗେଡ୍ ଟିମ୍ ଉଦ୍ଧାର କରିଥିଲେ। ମୃତ ପ୍ରଦୀପ ୧୭ ନମ୍ବର ସେକ୍ଟର ରେ ରହୁ ଥିବା ବେଳେ ଆଶୀର୍ବାଦ ୮ ନମ୍ବର ସେକ୍ଟର ରେ ରହୁଥିଲେ। ଏହି ଖବର ଶୁଣିବା ପରେ ମୃତକଙ୍କ ପରିବାର ବର୍ଗ ଆଇ ଜି ଏଚ୍ ରେ ପହଞ୍ଚି ଥିଲେ। ପରିବାର ବର୍ଗଙ୍କ କ୍ରନ୍ଦନରେ ସେଠାରେ ଏକ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା। ଵିଶ୍ରା ଥାନା ପୋଲିସ ଘଟଣା ତଦନ୍ତ କରୁଛନ୍ତି।

Leave A Reply

Your email address will not be published.