ରାଉରକେଲା : ସହରରେ ବଢ଼ି ଚାଲିଛି ତାତି।। ଆଜି ମଧ୍ୟ ତାପମାତ୍ରା ୪୦ ଡିଗ୍ରୀ ଉପରେ।। ସତର୍କତା ସହ ବାହାରକୁ ବାହାରିବାକୁ ପ୍ରଶାସନର ପରାମର୍ଶ।

0 276

ରାଉରକେଲା : ୨୯/୩(ସତ୍ୟାନ୍ୟୁଜ) ଗ୍ରୀଷ୍ମ ପ୍ରବାହ ଯୋଗୁଁ ସାରା ରାଜ୍ୟରେ ତାତି ବଢ଼ି ଚାଲିଛି। ରାଉରକେଲା ସହରର ତାପମାତ୍ରା ଗତକାଲି ୪୦. ୨ ଡିଗ୍ରୀ ଥିବା ବେଳେ ଆଜି ମଧ୍ୟ ୪୦ ଡିଗ୍ରୀରୁ ଅଧିକ ରହିଛି। ଆଞ୍ଚଳିକ ପାଣି ପାଗ ବିଭାଗ ତରଫରୁ ଛଅ ଟି ଜିଲ୍ଲାକୁ ୟେଲୋ ୱାର୍ଣିଂ ଜାରି କରା ଯାଇଛି। ଝାରସୁଗୁଡ଼ା। ସମ୍ବଲପୁର , କଳାହାଣ୍ଡି , ବୌଦ୍ଧ , ସୁବର୍ଣ୍ଣ ପୁର, ବଲାଙ୍ଗୀର ଜିଲ୍ଲାକୁ ହିଟ୍ ୱେଭ୍ ୱାର୍ଣିଂ ଜାରି କରା ଯାଇଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ତାତି ବଢ଼ି ଚାଲିଛି। ଦିନ ୧୧ ଟା ପରେ ରାଉରକେଲା ଇସ୍ପାତ ସହରରେ ବାହାରକୁ ବାହାରିବା କଷ୍ଟକର ହୋଇ ପଡୁଛି। ଯେଉଁମାନଙ୍କ ଜରୁରୀ କାମ ଅଛି ସେମାନେ ସମସ୍ତ ପ୍ରକାର ସତର୍କତା ମୂଳକ ପଦକ୍ଷେପ ନେଇ ବାହାରକୁ ଯିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆ ଯାଇଛି। ସହରର ସ୍ଥାନେ ସ୍ଥାନେ ଆଖୁ ରସ , ଆମ୍ବ ସର୍ବତ , ଦହି ସର୍ବତ ଷ୍ଟଲ୍ ଆଦି ଖୋଲି ଯାଇଛି। ଗରମ ରେ ଲୋକମାନେ ଥଣ୍ଡା ପାନୀୟ ପିଇ ତାତି ରୁ ରକ୍ଷା ପାଇବାକୁ ଚେଷ୍ଟା କରୁଛନ୍ତି।

Leave A Reply

Your email address will not be published.