ରାଉରକେଲା : ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗର୍ ଜବତ କଲେ ପ୍ଲାଣ୍ଟ ସାଇଟ୍ ପୋଲିସ।। ଡ୍ରଗସ୍ଚାଲାଣକାରୀ ଯୁବକ ଗିରଫ।

0 281

ରାଉରକେଲା : ୨୯/୩(ସତ୍ୟାନ୍ୟୁଜ) ରାଉରକେଲା ପୋଲିସର ଡ୍ରଗସ୍ ବିରୋଧୀ ଅଭିଯାନ ଜାରି ରହିଛି। ଏହି ଅଭିଯାନରେ ପୋଲିସକୁ ସଫଳତା ମଧ୍ୟ ମିଳୁଛି। ଚଳିତ ସପ୍ତାହରେ ପ୍ଲାଣ୍ଟ ସାଇଟ୍ ଏବଂ ଉଦିତ ନଗର ଥାନା ପୋଲିସ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଏବଂ ବ୍ରାଉନ ସୁଗାର୍ ଜବତ କରିଥିବା ବେଳେ ୮ ଜଣଙ୍କୁ ଗିରଫ କରିଥିଲେ। ଏବେ ପ୍ଲାଣ୍ଟ ସାଇଟ୍ ଥାନା ପୋଲିସ କୁ ମିଳିଛି ଆଉ ଏକ ସଫଳତା। ଗତକାଲି ଥାନାର ପୋଲିସ ଟିମ୍ ପେଟ୍ରୋଲିଂ କରୁଥିବା ବେଳେ ଡ୍ରଗସ୍ ଚାଲାଣ ବାବଦରେ ସୂଚନା ପାଇଥିଲେ। ବିର୍ସା ଛକ ବସ୍
ଷ୍ଟପ୍ ନିକଟରେ ପୋଲିସ ଟିମ୍ ଜଣେ ଯୁବକକୁ ସନ୍ଦେହ ଜନକ ଅବସ୍ଥାରେ ବୁଲୁଥିବା ବେଳେ ତାକୁ ମାଡ଼ି ବସିଥିଲେ। ଉକ୍ତ ଯୁବକଙ୍କ ଠାରୁ ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ପୋଲିସ୍ ଜବତ କରିଛି। ଆଜି ଅଭିଯୁକ୍ତ ଯୁବକଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ଯୁବକ କଲେଜ ପିଲାଙ୍କୁ ଡ୍ରଗସ୍ ଯୋଗାଇ ଦେବା ଉଦ୍ଦେଶ୍ୟରେ ବୁଲୁ ଥିବା ପୋଲିସ ତଦନ୍ତରୁ ଜାଣି ପାରିଛି। ଏ ବାବଦରେ ଅଧିକ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.