ସୁନ୍ଦରଗଡ଼ : ଆଜି ସମ୍ୱଲପୁର ରୁ ଟ୍ରେନ୍ ଯୋଗେ ଅଯୋଧ୍ୟା , ବାରାଣସୀ ଯିବେ ସୁନ୍ଦରଗଡର ବରିଷ୍ଠ ତୀର୍ଥ ଯାତ୍ରୀ।। ଜିଲ୍ଲାରୁ ୧୮୦ ତୀର୍ଥଯାତ୍ରୀ ସାମିଲ।

0 226

ସୁନ୍ଦରଗଡ଼ ରୁ ବାହାରିଲେ ଵରିଷ୍ଠ ନାଗରିକ ତୀର୍ଥ ଯାତ୍ରୀ

ସୁନ୍ଦରଗଡ଼: ୨୮/୦୩/(ସତ୍ୟାନ୍ୟୁଜ) ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାରେ ଶୁକ୍ରବାର ଦିନ ସୁନ୍ଦରଗଡ଼ ଜିଲ୍ଲାରୁ ତୀର୍ଥଯାତ୍ରୀ ମାନେ ସମ୍ବଲପୁର ଅଭିମୁଖେ ଯାତ୍ରା କରିଛନ୍ତି। ସମ୍ୱଲପୁରରୁ ଆଜି ସ୍ଵତନ୍ତ୍ର ଟ୍ରେନ ଯୋଗେ ଅଯୋଧ୍ୟା ଏବଂ ବାରାଣାସୀ ଅଭିମୁଖେ ଯାତ୍ରା କରିବେ।

ଏହି ଅବସରରେ ସ୍ଥାନୀୟ ବିକାଶ ଭବନ ପରିସରରେ ବିଭିନ୍ନ ବ୍ଲକରୁ ଆସିଥିବା ତୀର୍ଥ ଯାତ୍ରୀ ମାନଙ୍କର ବସକୁ ଜିଲ୍ଲାପାଳ ମନୋଜ ସତ୍ୟବାନ୍ , ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ସୁରଞ୍ଜନ ସାହୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ନିରଞ୍ଜନ ମହାପାତ୍ର, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ ଏବଂ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ। ଏଥିରେ ଜିଲ୍ଲାରୁ ମୋଟ ୧୮୦ ଜଣ ତୀର୍ଥଯାତ୍ରୀ ସାମିଲ ହୋଇଛନ୍ତି । ଏହି ଅବସରରେ ଆଜି ସ୍ଥାନୀୟ ବିକାଶ ଭବନ ଠାରେ ସୁନ୍ଦରଗଡ଼ ସବ ଡିଭିଜନର ତୀର୍ଥଯାତ୍ରୀ, ରାଉରକେଲା ଠାରେ ପାନପୋଷ ସବ ଡିଭିଜନର ତୀର୍ଥଯାତ୍ରୀ ଏବଂ ବଣାଇ ଠାରେ ବଣାଇ ସବ ଡିଭିଜନର ତୀର୍ଥ ଯାତ୍ରୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କରାଯାଇଥିଲା ।

Leave A Reply

Your email address will not be published.