ରାଉରକେଲା : ଦେବଗଡ଼ରେ ହୋମଗାର୍ଡ ପରୀକ୍ଷାର୍ଥୀଙ୍କ ମୃତ୍ୟୁରେ ରାଉରକେଲା ଗୃହରକ୍ଷୀ ସଂଘର ଶୋକ।। ପଣା ସଂକ୍ରାନ୍ତିରେ ସଙ୍ଘ ବାଣ୍ଟିବ ପଣା।

0 282

ରାଉରକେଲା : ୨୮/୩(ସତ୍ୟାନ୍ୟୁଜ) ହୋମଗାର୍ଡ ନିଯୁକ୍ତି ପାଇଁ ଶାରିରୀକ ପରୀକ୍ଷାରେ ଦୌଡ଼ିବା ବେଳେ
ଦେବଗଡ ରେ ଜଣେ ପରୀକ୍ଷାର୍ଥୀ ଙ୍କ ମୃତ୍ୟୁ ଘଟଣାରେ ରାଉରକେଲା ଗୃହରକ୍ଷୀ ସଙ୍ଘ ଶୋକ ପ୍ରକାଶ କରିଛି। ଏହି ପରିପ୍ରେକ୍ଷୀରେ ହନୁମାନ ବାଟିକା ରେ ଏକ ଶୋକ ସଭା ଅନୁଷ୍ଠିତ ହୋଇ ଥିଲା। ରାଜ୍ୟ ସରକାର ତୁରନ୍ତ ତାଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦେଇ ଥିବାରୁ ସରକାରଙ୍କୁ ଧନ୍ୟବାଦ୍ ଦିଆଯାଇଥିଲା। ଏହା ଛଡା ଆଗକୁ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବାର ସମ୍ଭାବନା ଥିବାରୁ ସହରର କେତେକ ସ୍ଥାନରେ ଜଳଛତ୍ର ଖୋଲିବା ସହ ଆସନ୍ତା ମାସ ପଣା ସଂକ୍ରାନ୍ତିରେ ଡି ଏ ଭି ଛକ ନିକଟରେ ପଣା ବଣ୍ଟନ କରା ଯିବା ନେଇ ନିଷ୍ପତ୍ତି ନିଆ ଯାଇଥିଲା।

Leave A Reply

Your email address will not be published.