ରାଉରକେଲା : ସାଉଥ୍ ବିହାର ଏକ୍ସପ୍ରେସ କୁ ପଥର ମାଡ଼।। ଏ ସି କୋଚ୍ ର ଝରକା କାଚ କ୍ଷତି ଗ୍ରସ୍ତ।

0 376

ଦକ୍ଷିଣବିହାର ଏକ୍ସପ୍ରେସ୍‌କୁ ପଥର ମାଡ଼
ରାଉରକେଲା : ୨୯/୩(ସତ୍ୟାନ୍ୟୁଜ) ଯାତ୍ରୀବାହୀ ଟ୍ରେନ୍ ଉପରକୁ ରାଉରକେଲାରେ ଦୁର୍ବୃତ୍ତ ମାନଙ୍କ ପଥର ମାଡ଼ ଜାରି ରହିଛି। ବନ୍ଦେଭାରତ ଟ୍ରେନ ପରେ ଗତକାଲି ପୁଣି ଦକ୍ଷିଣବିହାର ଏକ୍ସପ୍ରେସ୍‌କୁ ପଥର ମାଡ଼ହୋଇଛି। ଶୁକ୍ରବାର ସଂଧ୍ୟା ୬ଟାରେ ରାଉରକେଲା-ବନ୍ଧମୁଣ୍ଡା ଷ୍ଟେସନ ମଧ୍ୟସ୍ଥ ଫଟାପାଇପ୍‌ ନିକଟରେ ଟ୍ରେନ୍‌ର ଏସି ବଗିକୁ ପଥର ମାଡ଼ କରାଯାଇଛି। ଫଳରେ ଗୋଟିଏ ଏସି କୋଚ୍‌ର କାଚ କ୍ଷତିଗ୍ରସ୍ତ ହୋଇଛି। ଏଥିରେ କେହି ଯାତ୍ରୀ ହତାହତ ହୋଇନାହାନ୍ତି। ବି-୪ କୋଚ୍‌ର ୭୧ ନମ୍ବର ବର୍ଥର କାଚ କ୍ଷତିଗ୍ରସ୍ତ ହୋଇଛି। ବନ୍ଧମୁଣ୍ଡା ଆର୍‌ପିଏଫ୍‌ ଘଟଣାସ୍ଥଳରେ ତଦନ୍ତ ଚଳାଇଛି। ଟ୍ରେନ୍‌ଟି ଛତିଶଗଡ଼ର ଦୁର୍ଗରୁ ବିହାରର ଆରା ଯାଉଥିଲା। ଫଟାପାଇପ୍‌ ବସ୍ତିର ଛୋଟପିଲା ପଥରମାଡ଼ କରିଥିବା ଟ୍ରେନ୍‌ର ଯାତ୍ରୀମାନେ କହିଛନ୍ତି। ଟ୍ରେନ୍‌ ଚକ୍ରଧରପୁର ଷ୍ଟେସନରେ ପହଞ୍ଚିବା ପରେ କାଚକୁ ମରାମତି କରାଯାଇଥିଲା। ବାରମ୍ବାର ଟ୍ରେନ ଉପରକୁ ଦୁର୍ବୃତ୍ତ ଙ୍କ ପଥର ମାଡ଼ ଘଟଣା ଉଭୟ ରେଳ ବିଭାଗ ଏବଂ ଯାତ୍ରୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି।

Leave A Reply

Your email address will not be published.