ସୁନ୍ଦରଗଡ଼ : ଯୁବକ , ଯୁବତୀ ଗଞ୍ଜେଇ ଚାଲାଣରେ ନିୟୋଜିତ। ବସ୍ ରୁ ଗଞ୍ଜେଇ ଭର୍ତ୍ତି ବ୍ୟାଗ୍ ଜବତ।। ଯୁବକ ଗିରଫ। ଯୁବତୀ ଫେରାର।

0 670

ସୁନ୍ଦରଗଡ଼ : ୨୮/୩(ସତ୍ୟାନ୍ୟୁଜ) କମ୍ ବୟସର ଜଣେ ଯୁବକ ଏବଂ ଯୁବତୀ ଗଞ୍ଜେଇ ଚାଲାଣ କରୁଥିବା ବେଳେ ପୋଲିସ ହାତରେ ଧରା ପଡିଛନ୍ତି। ଫୁଲବାଣୀ ରୁ ଗଞ୍ଜେଇ ନେଇ ସୁନ୍ଦରଗଡ଼ରେ ବସ ବଦଳାଇ ବନାରସ କୁ ଯିବା ସମୟରେ ଧରାପଡ଼ିଲେ ପୋଲିସ ହାତରେ। ସେମାନଙ୍କ ଠାରୁ ଗଞ୍ଜେଇ ଭର୍ତ୍ତି ଏକ ବ୍ୟାଗ୍ ଜବତ ହୋଇଛି। ଦେଖନ୍ତୁ କିଭଳି ବଡ଼ ସୁଟକେଶ ରେ ଚାଲାଣ ହେଉଥିଲା ଗଞ୍ଜେଇ । ଏକ ଅଭିନବ ଉପାୟରେ
ଗଞ୍ଜେଇ ମାଫିଆ ମାନେ ଗଞ୍ଜେଇ ଚାଲାଣ ପାଇଁ ବ୍ୟବହାର କରୁଛନ୍ତି ଯୁବକ ଓ ଯୁବତୀ ମାନଙ୍କୁ । ଉଦ୍ଦେଶ୍ୟ
ଏମାନଙ୍କୁ ହଠାତ କେହି ସନ୍ଦେହ କରିବେ ନାହିଁ ।
ଫୁଲବାଣୀ ରୁ ଏହି ଯୁବକ ଏବଂ ଯୁବତୀ ସୁନ୍ଦରଗଡ଼ କୁ ଆସି ବସ ବଦଳାଇ କୁନାଲ ବସ ରେ ବସିବା ସମୟରେ ଡ୍ରାଇଭର ଙ୍କୁ ଏମାନଙ୍କ ଉପରେ ସନ୍ଦେହ ହୋଇଥିଲା। ଡ୍ରାଇଭର ପୋଲସି କୁ ଖବର ଦେବା ସମୟରେ ଯୁବତୀ ଜଣକ ଫେରାର ହୋଇ ଯାଇଥିଲେ । ଘଟଣା ସ୍ଥଳରେ ସୁନ୍ଦରଗଡ଼ ଟାଉନ ଥାନା ପୋଲିସ ପହଞ୍ଚି ଉତ୍ତର ପ୍ରଦେଶ ବନାରସ ଅଞ୍ଚଳ ର ଯୁବକ ରିତେଶ ଓଝା କୁ ଗିରଫ କରିବା ସହ ଗଞ୍ଜେଇ ଚାଲାଣ ର ତଦନ୍ତ କରୁଛନ୍ତି।

Leave A Reply

Your email address will not be published.