ରାଉରକେଲା : ରାଉରକେଲା ଦିବସ ଉପଲକ୍ଷେ ସାଇକ୍ଲୋଥନ୍ ର ଆୟୋଜନ।। ପତାକା ହଲାଇ ଶୁଭାରମ୍ଭ କଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ।
ରାଉରକେଲା : ୨୮/୩(ସତ୍ୟାନ୍ୟୁଜ) ଇସ୍ପାତ ସହର ରାଉରକେଲାର ସାମାଜିକ ତଥା ସାଂସ୍କୃତିକ ସଙ୍ଗଠନ କାନଭାସ୍ ପକ୍ଷରୁ ମାର୍ଚ୍ଚ ୨୯ ଓ ୩୦ ତାରିଖ ଦୁଇଦିନ ଧରି ୯ମ ରାଉରକେଲା ଦିବସ ସମାରୋହ ଆୟୋଜିତ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ସକାଳେ
ସାଇକ୍ଲୋଥନ୍ ର ଆୟୋଜନ କରା ଯାଇଥିଲା। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ଫ୍ଲାଗ୍ ଅଫ୍ କରି ସାଇକେଲ ରାଲି ର ଶୁଭାରମ୍ଭ କରିଥିଲେ। ଏହି ରାଲି ଦୁଇ ନମ୍ବର ସେକ୍ଟର ବିଜୁ ପଟ୍ଟନାୟକ ଛକରୁ ବାହାରି ଛେଣ୍ଡ କଲୋନୀ ରେ ଶେଷ ହୋଇଥିଲା। ଆଜି ସନ୍ଧ୍ୟାରେ ମହିଳା ମାନଙ୍କ ଦ୍ଵାରା ମ୍ଯୁଜିକାଲ ଚେୟାର ପ୍ରତିଯୋଗୀତା ହେବ। ମାର୍ଚ୍ଚ ୨୯ ତାରିଖ ସନ୍ଧ୍ୟା ୬ଟାରୁ ଆରମ୍ଭ ହେଉଥିବା ରାଉରକେଲା ଦିବସ ସମାରୋହରେ ଖ୍ଯାତନାମା କଣ୍ଠଶିଳ୍ପୀ ମୁମ୍ବାଇର ପାମେଲା ଜୈନ, ଓଡିଆ କଣ୍ଠଶିଳ୍ପୀ କୁମାର ବାପି, ଗୋବିନ୍ଦ ଚନ୍ଦ୍ର, ଜ୍ଯୋତିର୍ମୟୀ ନାୟକଙ୍କ ସମେତ ପଶ୍ଚିମ ଓଡିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ପଙ୍କଜ ଜାଲ୍ ଓ ଅମର ଦାସଙ୍କ ଦ୍ଵାରା ଚିତାକର୍ଷକ ସଂଗୀତ ପରିବେଷଣ କରାଯିବ। ମାର୍ଚ୍ଚ ୩୦ ତାରିଖ ରାଉରକେଲା ଦିବସ ପାଳନ ଅବସରରେ ବିଶିଷ୍ଟ କଣ୍ଠ ଶିଳ୍ପୀ ସୁଦେଶ ଭୋସଲେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।