ରାଉରକେଲା : ହୋଟେଲ ଭିତରେ ଗୁଳି ଫୁଟାଇ ଦୁବୃତ୍ତଙ୍କ ଆତଙ୍କ ରାଜ।। ଭୁଜାଲି ଆକ୍ରମଣରେ ଜଣେ ଯୁବକ ଆହତ।। ୨ ଅଟକ।। ପୋଲିସ ତଦନ୍ତ ଜାରି।
ରାଉରକେଲା : ୨୮/୩(ସତ୍ୟାନ୍ୟୁଜ) ରାଉରକେଲାରେ ପୁଣି ଗୁଳି କାଣ୍ଡ। ଗତ ମାସ ୪ ନମ୍ବର ସେକ୍ଟର ରେ ଘଟି ଥିବା ଗୁଳି କାଣ୍ଡ ଲୋକଙ୍କ ମନରୁ ଯାଇ ନଥିବା ବେଳେ ଗତ କାଲି ରାତିରେ ଦେଓଗାଁ ନିକଟ ଏକ ହୋଟେଲ ରେ ଗୁଳି କାଣ୍ଡ ଘଟିଛି। ଦେଓଗାଁ ର ମା ତାରିଣୀ ହୋଟେଲ ରେ ଜଣେ ଯୁବକଙ୍କ ଉପରେ ହୋଇଛି ମରଣାନ୍ତକ ଆକ୍ରମଣ। ଯୁବକ ଙ୍କୁ କିଛି ଦୁର୍ବୃତ୍ତ ବାଇକ୍ ରେ ଗୋଡାଉ ଥିବା ବେଳେ ସେ ହୋଟେଲ ଭିତରେ ପଶି ଯାଇଥିଲେ। ଉକ୍ତ ଯୁବକଙ୍କୁ ଗୋଡ଼ାଇ ତିନି ଜଣ ଦୁର୍ବୃତ୍ତ ହୋଟେଲ ଭିତରେ ପଶି ଭୁଜାଲିରେ ତାଙ୍କୁ ଆକ୍ରମଣ କରିଥିଲେ। ଯୁବକ ଦିବ୍ୟ ଜ୍ୟୋତି ମହାନ୍ତି ଆକ୍ରମଣରେ ଆହତ ହୋଇଛନ୍ତି। ଦୁବୃର୍ତ୍ତ ମାନେ ହୋଟେଲ ଭିତରେ ଏବଂ ବାହାରେ
୨ ରାଉଣ୍ଡ ଗୁଳି ଚଳାଇ ଥିବା ଜଣା ପଡ଼ିଛି। ଦୁବୃର୍ତ୍ତ ମାନଙ୍କୁ ଧରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି। ଏ ବାବଦରେ ରଘୁନାଥପାଲି ଥାନାରେ ଏକ ମାମଲା ରଜ୍ଜୁ ହୋଇଛି।