ରାଉରକେଲା : ପୁରୀ – ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ ସପ୍ତାହରେ ମଙ୍ଗଳବାର ବ୍ୟତୀତ ସବୁଦିନ ଚାଲିବ। ପୂର୍ବରୁ ଶନିବାର ବନ୍ଦେ ଭାରତ ବନ୍ଦ ରହୁଥିଲା।
ରାଉରକେଲା : ୨୭/୩(ସତ୍ୟାନ୍ୟୁଜ) ଯାତ୍ରୀ ମାନଙ୍କ ସୁବିଧା ପାଇଁ
ପୁରୀ – ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ୍ ର ଗମନା ଗମନ ରେ କିଛି ପରିବର୍ତ୍ତନ କରାଯାଇଛି। ବନ୍ଦେ ଭାରତ ଟ୍ରେନ୍ ର ଏବେ ସାପ୍ତାହିକ ଛୁଟି ଦିନ ଭାବେ ଶନିବାର ବିବେଚିତ ହେଉଥିବା ବେଳେ ଆଗକୁ ଏହି ଟ୍ରେନ ମଙ୍ଗଳବାର ବନ୍ଦ ରହିବ। ତେବେ ବନ୍ଦେ ଭାରତ ଏକ୍ସପ୍ରେସ ର ସମୟ ସାରଣୀ ରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଏବେ ଏହି ଟ୍ରେନ ପୁରୀ ରୁ ସକାଳ ୫ଟା ରେ ବାହାରି ରାଉରକେଲା ଦିନ ୧୨ଟା ୪୫ ମିନିଟ୍ ରେ ପହଞ୍ଚୁଛି। ସେହି ପରି ରାଉରକେଲାରୁ ଅପରାହ୍ନ ୨ଟା ୧୦ ମିନିଟ୍ ରେ ବାହାରି ପୁରୀରେ ରାତି ୯ଟା ୪୫ ମିନିଟ୍ ରେ ପହଁଚୁଛି। ଏହି ସମୟ ପୂର୍ବ ପରି ବଳବତ୍ତର ରହିବ। ଏବେ ମଙ୍ଗଳବାର ବ୍ୟତୀତ ସବୁଦିନ ବନ୍ଦେ ଭାରତ ଏକ୍ସପ୍ରେସ ଚାଲିବ। ରବିବାର ଛୁଟି ଦିନ ରହୁଥିବାରୁ ବହୁ ଲୋକ ଶନିବାର ଦିନ ଏହି ଟ୍ରେନ୍ ରେ ନିଜ ନିଜ ଘରକୁ ଯାଇଥାନ୍ତି। ଯାତ୍ରୀଙ୍କ ସୁବିଧା ଲାଗି ଏବେ ଶନିବାର ପରିବର୍ତ୍ତେ ମଙ୍ଗଳବାର ବନ୍ଦେ ଭାରତ ଏକ୍ସପ୍ରେସ ବନ୍ଦ ରହିବା ନେଇ ରେଳବାଇ ପକ୍ଷ ରୁ ସୂଚନା ଦିଆଯାଇଛି।