ସୁନ୍ଦରଗଡ଼ : କ୍ରୀଡା ଓ ଯୁବ ସେବା ବିଭାଗର ପ୍ରମୁଖ ଶାସନ ସଚିବଙ୍କ ଦୁଇ ଦିନିଆ ଜିଲ୍ଲା ଗସ୍ତ।। ବିଭିନ୍ନ ପ୍ରକଳ୍ପ କଲେ ନିରୀକ୍ଷଣ
କ୍ରୀଡ଼ା ଏବଂ ଯୁବ ସେବା ବିଭାଗର ପ୍ରମୁଖ ଶାସନ ସଚିବ ତଥା ଜିଲ୍ଲା ନୋଡାଲ ଅଧିକାରୀ ଙ୍କ ଦୁଇ ଦିନିଆ ସୁନ୍ଦରଗଡ଼ ଗସ୍ତ
ବିଭିନ୍ନ ପ୍ରକଳ୍ପ ବୁଲିବା ଦେଖିବା ସହ ହିତାଧିକାରୀ ମାନଙ୍କ ସହ ଆଲୋଚନା
ସୁନ୍ଦରଗଡ଼ : ୨୬/୩ (ସତ୍ୟାନ୍ୟୁଜ): ରାଜ୍ୟ କ୍ରୀଡ଼ା ଏବଂ ଯୁବ ସେବା ବିଭାଗ ର ପ୍ରମୁଖ ଶାସନ ସଚିବ ତଥା ସୁନ୍ଦରଗଡ଼ ଜିଲ୍ଲା ପାଇଁ ନୋଡାଲ ଅଧିକାରୀ ଭାବେ ନିଯୁକ୍ତ ହୋଇଥିବା ଭାସ୍କର ଜ୍ୟୋତି ଶର୍ମା ଦୁଇ ଦିନିଆ ସୁନ୍ଦରଗଡ଼ ଗସ୍ତରେ ଆସିଛନ୍ତି ଏବଂ ଜିଲ୍ଲାର ବିଭିନ୍ନ ସ୍ଥାନ ଗସ୍ତ କରିବା ସହିତ ବିଭିନ୍ନ ଯୋଜନା ଅର୍ନ୍ତଗତ ପ୍ରକଳ୍ପ ଆଦି ବୁଲି ଦେଖିବା ସହିତ ବିଭାଗୀୟ ଅଧିକାରୀ ଏବଂ ହିତାଧିକାରୀ ମାନଙ୍କ ସହିତ ଆଲୋଚନା କରିଛନ୍ତି।
ଏହି ପରିପ୍ରେକ୍ଷୀରେ ଆଜି ପ୍ରମୁଖ ଶାସନ ସଚିବ ଶ୍ରୀ ଶର୍ମା ସଦର ବ୍ଲକ ଅନ୍ତର୍ଗତ କୁଣ୍ଡୁକେଲା ସ୍ଥିତ ଲମ୍ବୋଦର ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ବିଦ୍ୟାଳୟର ରୂପାନ୍ତରଣ କାର୍ଯ୍ୟର ତଦାରଖ କରିଥିଲେ ଏବଂ ବିଦ୍ୟାଳୟ ର ଶିକ୍ଷକ ଓ ଅଣ ଶିକ୍ଷକ କର୍ମଚାରୀ ମାନଂକ ସହ ଆଲୋଚନା କରିଥିଲେ। ସେହିପରି ହଷ୍ଟେଲ ମଧ୍ୟ ପରିଦର୍ଶନ କରି ଛାତ୍ର ଛାତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ। ପରେ ପରେ ରେଙ୍ଗାଲବୁଡ ଠାରେ ସୋଲାର ଯୁକ୍ତ ସାର୍ବଜନୀନ ଜଳ ପ୍ରଣାଳୀ (PWC) କାର୍ଯ୍ୟ ର ତଦାରଖ କରିଥିଲେ ଏବଂ ଜନସାଧାରଣ ଙ୍କ ସହିତ ଆଲୋଚନା କରିଥିଲେ। କନ୍ଦାବାହାଲ ଅଙ୍ଗନୱାଡ଼ି କେନ୍ଦ୍ର ପରିଦର୍ଶନ କରିଥିଲେ। ସେହିଭଳି ସୁଭଦ୍ରା ଯୋଜନା ର ହିତାଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ। କିରେ଼ଇ ଗସ୍ତ କରି ସେଠାରେ ସଦର ବ୍ଲକ୍ ଦ୍ଵାରା ଆୟୋଜିତ ଭୀମ ଭୋଇ ସାମର୍ଥ୍ୟ ଶିବିର ରେ ଯୋଗ ଦେଇଥିଲେ ଏବଂ ହିତାଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ। ସେହିଭଳି କିରେଇ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ ଏକ ସମୀକ୍ଷା ବୈଠକ କରିଥିଲେ ଏବଂ ସାମାଜିକ ସୁରକ୍ଷା ଯୋଜନା, ଜାତୀୟ ଖାଦ୍ୟ ନିରାପତ୍ତା ଆକ୍ଟ ଏବଂ ରାଜ୍ୟ ଖାଦ୍ୟ ନିରାପତ୍ତା ଆକ୍ଟ, ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ର ହିତାଧିକାରୀ ମାନଂକ ସହ ଆଲୋଚନା କରିଥିଲେ।
ପରେ ପରେ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲ, ଶଙ୍କରା ପରିଦର୍ଶନ କରିଥିଲେ ଏବଂ ହସ୍ପିଟାଲର ବିଭିନ୍ନ କାର୍ଯ୍ୟକଳାପର ତଦାରଖ କରିଥିଲେ ଓ ଇନଡୋର ଏବଂ ଆଉଟଡୋର ରୋଗୀ, ଡାକ୍ତର ଓ ପାରାମେଡିକାଲ ଷ୍ଟାଫ୍ ମାନଙ୍କ ସହ ଆଲୋଚନା କରିଥିଲେ । ସେହିପରି ଔଷଧ ବଣ୍ଟନ କେନ୍ଦ୍ର
‘ ନିରାମୟ ‘ ର ନିରୀକ୍ଷଣ କରିଥିଲେ ଏବଂ ପୁନର୍ବାସ କେନ୍ଦ୍ର ଓ
ଫିଜିଓଥେରାପି କେନ୍ଦ୍ର ର ମଧ୍ୟ ନିରୀକ୍ଷଣ କରିଥିଲେ। ରଙ୍ଗାଢ଼ିପା ସ୍ଥିତ ମା ଲକ୍ଷ୍ମୀ ପ୍ରଡ୍ୟୁସର୍ ଦଳ ଦ୍ଵାରା କରାଯାଇଥିବା ସ୍ପ୍ରିରୁଲିନା ଚିକି ପ୍ରସ୍ତୁତି ର ତଦାରଖ କରିଥିଲେ ଏବଂ ଦଳର ସଦସ୍ୟ ମାନଙ୍କ ସହିତ ଆଲୋଚନା କରିଥିଲେ।
ସେହିପରି ଆସ୍ଥା ଗୃହ ପରିଦର୍ଶନ କରି ଅନ୍ତେବାସୀ ମାନଂକ ସହ ଆଲୋଚନା କରି ସେମାନଙ୍କ ଭଲ ମନ୍ଦ ପଚାରି ବୁଝିଥିଲେ ଏବଂ ଅନ୍ତେବାସୀ ଙ୍କ ଯତ୍ନ ନେଉଥିବା କର୍ମକର୍ତ୍ତା ମାନଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ସେହିପରି ଲୁହୁରାଢ଼ିପା ସ୍ଥିତ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ମଧ୍ୟ ପରିଦର୍ଶନ କରିଥିଲେ। ଅପରାହ୍ନ ରେ ସାର୍ଥକ ସ୍କୁଲ ପରିଦର୍ଶନ କରି ଅନ୍ତେବାସୀ ଛାତ୍ର ଛାତ୍ରୀ, ଶିକ୍ଷକ ଏବଂ ଅଣ ଶିକ୍ଷକ ମାନଙ୍କ ସହିତ ଆଲୋଚନା କରିଥିଲେ। ପରେ ପରେ ଟାଙ୍ଗରପାଲି ବ୍ଲକ କାର୍ଯ୍ୟାଳୟ ଗସ୍ତ କରି ପି ଆର୍ ଆଇ ସଭ୍ୟ ମାନଙ୍କ ସହିତ ସାମାଜିକ ସୁରକ୍ଷା ଯୋଜନା ସମେତ ଚାଲୁଥିବା ବିଭିନ୍ନ ଯୋଜନା/କାର୍ଯ୍ୟକ୍ରମର ସଠିକ୍ କାର୍ଯ୍ୟାନ୍ୱୟନ ଉପରେ ଆଲୋଚନା କରିଥିଲେ। ଯୋଗୀମାଲ ସ୍ଥିତ ହକି ପ୍ରଶିକ୍ଷଣ କେନ୍ଦ୍ର ପରିଦର୍ଶନ କରି ତଦାରଖ କରିବା ସହିତ କୋଚ ଏବଂ କ୍ରୀଡାବିତ୍ ମାନଙ୍କ ସହ ଆଲୋଚନା କରିଥିଲେ।
ପ୍ରମୁଖ ଶାସନ ସଚିବ ଶ୍ରୀ ଶର୍ମା ଙ୍କ ଏହି ଗସ୍ତ ସମୟ ରେ ଜିଲ୍ଲାପାଳ ଶ୍ରୀ ମନୋଜ ମହାଜନ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ସୁରଞ୍ଜନ ସାହୁ, ଜିଲ୍ଲା ଖଣିଜ ପ୍ରତିଷ୍ଠାନ ର ମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀମତୀ ସୁଷମା ବିଲୁଙ୍ଗ, ସଦର ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀ ମୋତିଲାଲ ସୁଲିଆ, ସୁନ୍ଦରଗଡ଼ ପୌର ସଂସ୍ଥା ର ନିର୍ବାହୀ ଅଧିକାରୀ ଶ୍ରୀ ବିକାଶ ମୁଣ୍ଡାରୀ, ଟାଙ୍ଗରପାଲି ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀ ବୀରସେନ ବେହେରା ଏବଂ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ଏବଂ ନିଜ ନିଜ ବିଭାଗ ଦ୍ଵାରା ଚାଲୁଥିବା ବିଭିନ୍ନ ଯୋଜନା, ପ୍ରକଳ୍ପ ଉପରେ ଉପସ୍ଥାପନା କରିଥିଲେ।