ରାଉରକେଲା : ନିଶା ଦ୍ରବ୍ୟ ବିରୋଧୀ ଅଭିଯାନରେ ରାଉରକେଲା ପୋଲିସକୁ ବଡ ସଫଳତା।। ଲକ୍ଷାଧିକ ଟଙ୍କାର ଗଞ୍ଜେଇ , ବ୍ରାଉନ ସୁଗର ସହ ପିସ୍ତଲ , ଗୁଳି ବାଇକ୍ ଜବତ।

0 361

ରାଉରକେଲା : ୨୬/୩(ସତ୍ୟାନ୍ୟୁଜ) ରାଉରକେଲା ପୋଲିସ କୁ ଡ୍ରଗସ୍ ବିରୋଧୀ ଅଭିଯାନ ରେ ଆଜି ମିଳିଛି ଏକ ବଡ ସଫଳତା। ପ୍ଲାଣ୍ଟ ସାଇଟ୍ ଥାନା ପୋଲିସ୍ ୨ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବେଆଇନ୍ ଗଞ୍ଜେଇ ଜବତ କରିଥିବା ବେଳେ ଉଦିତ ନଗର ଥାନା ପୋଲିସ ଲକ୍ଷାଧିକ ଟଙ୍କା ମୂଲ୍ୟର ବେଆଇନ୍ ବ୍ରାଉନ ସୁଗର ଜବତ କରିଛି। ଉଭୟ ଘଟଣାରେ ୮ ଜଣ ଗିରଫ ହୋଇଥିବା ବେଳେ ଗଞ୍ଜେଇ , ବ୍ରାଉନ ସୁଗର୍ ସହ ପିସ୍ତଲ , ଗୁଳି , ବାଇକ୍ , ସ୍କୁଟି ଆଦି ଜବତ ହୋଇଛି।
ପ୍ଲାଣ୍ଟ ସାଇଟ୍ ଥାନା ପୋଲିସ ଆଜି ସକାଳେ ବଣିଆ ଗେଟ୍ ନିକଟରୁ ଦୁଇଜଣ ଗଞ୍ଜେଇ ଚାଲାଣ କାରୀଙ୍କୁ ଗିରଫ କରିଥିଲେ। ସେମାନେ ସ୍କୁଟିରେ ଗଞ୍ଜେଇ ନେଇ ବିକ୍ରି କରିବାକୁ ଯାଉଥିଲେ। ସ୍କୁଟି ସହ ୨୧ କେଜି ଗଞ୍ଜେଇ ଜବତ କରାଯାଇଥିଲା। ସେହି ପରି ବି ଏସ ଏନ୍ ଏଲ୍ ଛକ ନିକଟରୁ ଦୁଇ ଜଣଙ୍କୁ ଗିରଫ କରାଯିବା ସହ ସ୍କୁଟି ସହ ୩ କେଜି ଗଞ୍ଜେଇ ଜବତ କରାଯାଇଥିଲା।
ଅନ୍ୟ ଏକ ଘଟଣାରେ ଉଦିତ ନଗର ଥାନା ପୋଲିସ ବାସନ୍ତୀ କଲୋନୀ ରୁ ୪ ଜଣ ନିଶା ଦ୍ରବ୍ୟ ଚାଲାଣକାରୀଙ୍କୁ ଗିରଫ କରିବା ସହ ଗୋଟିଏ ବାଇକ୍ ସହ ଏକ ସ୍କୁଟି , ପିସ୍ତଲ , ଗୁଳି ଆଦି ଜବତ କରିଛନ୍ତି। ସେମାନଙ୍କ ଠାରୁ ୩୩ ଗ୍ରାମ ବ୍ରାଉନ ସୁଗର ଜବତ କରା ଯାଇଛି। ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

Leave A Reply

Your email address will not be published.