ରାଉରକେଲା : ବେଦବ୍ୟାସ ଫ୍ଲାଏ ଓଭର ଉପରେ ସ୍କୁଟି କୁ ପିଟିଲା ଟ୍ରକ୍।। ବାପ, ପୁଅ ଗୁରୁତର।। ହସପିଟାଲ ରେ ଭର୍ତ୍ତି।

0 343

ରାଉରକେଲା : ୨୬/୩(ସତ୍ୟାନ୍ୟୁଜ) ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ ବେଦବ୍ୟାସ ଓଭର ବ୍ରିଜ ଉପରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ଅଛନ୍ତି। ଆହତ ଦୁଇ ଜଣ ବପ ପୁଅ ହୋଇଥିବା କୁହା ଯାଉଛି। ମିଳି ଥିବା ସୂଚନା ଅନୁଯାୟୀ ବୁଧବାର ଅପରାହ୍ନ ରେ ଏକ ସ୍କୁଟିରେ ଦୁଇ ଜଣ ବେଦବ୍ୟାସ – କୁଆଁରମୁଣ୍ଡା ରୋଡରେ ଯାଉଥିବା ବେଳେ ଏକ ଦ୍ରୁତଗାମୀ ଟ୍ରକ୍ ସ୍କୁଟି କୁ ପିଟି ଦେଇଥିଲା। ଫଳରେ ସ୍କୁଟିରେ ଥିବା ଦୁଇ ଜଣ ରାସ୍ତା ଉପରକୁ ଛିଟିକି ପଡ଼ିଥିଲେ। ଉଭୟ ଆହତଙ୍କୁ ସ୍ଥାନୀୟ ଲୋକେ ନିକଟସ୍ଥ ଏକ ଘରୋଇ ହସ୍ପିଟାଲ୍ କୁ ପଠାଇଥିଲେ। ଦୁର୍ଘଟଣାରେ ଜଣଙ୍କ ର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ବାଳକ ଗୁରୁତର ଥିବା ସୂଚନା ମିଳୁଛି। ଘଟଣା ସ୍ଥଳରେ ବ୍ରାହ୍ମଣୀ ତରଙ୍ଗ ପୋଲିସ ପହଞ୍ଚି ତଦନ୍ତ କରୁଛନ୍ତି ।

Leave A Reply

Your email address will not be published.