ରାଉରକେଲା : ବନ୍ଦେ ଭାରତ ଟ୍ରେନ ଉପରେ ଦୁର୍ବୃତ୍ତଙ୍କ ପଥର ମାଡ଼।। କୋଚ୍ ର ଦୁଇଟି ଝରକା କାଚ ଭାଙ୍ଗିଲା।। ଲୋକେ ଆତଙ୍କିତ।। ତଦନ୍ତ ଜାରି।

0 487

ରାଉରକେଲା : ୨୬/୩(ସତ୍ୟାନ୍ୟୁଜ)
ପୁରୀ – ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ ଉପରେ ଦୁର୍ବୃତ୍ତ ମାନେ ପଥର ମାଡ଼ କରିଛନ୍ତି। ଫଳରେ ଟ୍ରେନ କ୍ଷତିଗ୍ରସ୍ତ ହୋଇଛି। ଟ୍ରେନ କୋଚ୍ ର ଦୁଇଟି ଝରକାର କାଚ ଭାଙ୍ଗି ଯାଇଥିବା ସୂଚନା ମିଳିଛି। ପଥର ମାଡ଼ ପରେ ଟ୍ରେନ ରେ ଥିବା ଯାତ୍ରୀ ମାନେ ଆତଙ୍କିତ ହୋଇ ପଡ଼ିଥିଲେ। ତିନି ଜଣ ପାସେଞ୍ଜର ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି। କଲୁଙ୍ଗା ଷ୍ଟେସନ ନିକଟରେ ଏହି ପଥର ମାଡ଼ ହୋଇଥିବା ସୂଚନା। ପୁରୀ – ରାଉରକେଲା ବନ୍ଦେ ଭାରତ ଟ୍ରେନ କୁ ପ୍ରଥମ ଥର ପଥର ମାଡ଼ ହୋଇଥିବ ବେଳେ ରେଳ ବିଭାଗ , ଜି ଆର୍ ପି , ଆର୍ ପି ଏଫ୍ ର ତଦନ୍ତ ଜାରି ରହିଛି । ରାଉରକେଲା ଷ୍ଟେସନରେ ଟ୍ରେନ ପହଞ୍ଚିବା ପରେ ଭାଙ୍ଗି ଯାଇଥିବା କାଚକୁ ପ୍ଲାଷ୍ଟର ଲଗାଇ ମରାମତି କରା ଯାଇଥିଲା। ପୂର୍ବରୁ ବାହାର ରାଜ୍ୟରେ ବନ୍ଦେ ଭାରତ ଟ୍ରେନ୍ ଉପରେ ପଥର ମାଡ଼ ହୋଇ ଥିଲା ବେଳେ ରାଉରକେଲା ନିକଟରେ ଏହା ପ୍ରଥମ। ତେବେ କିଏ କାହିଁକି ଏହି ପଥର ମାଡ଼ କରିଛି ତା ତଦନ୍ତ ପରେ ଜଣା ପଡ଼ିବ। ତେବେ ଏହି ପଥର ମାଡ ଘଟଣାରେ କେହି ଯାତ୍ରୀ ଆହତ ହୋଇ ନଥିବା ରେଳ ବାଇ ସୂତ୍ରରୁ ଜଣା ପଡ଼ିଛି।

Leave A Reply

Your email address will not be published.