ସୁନ୍ଦରଗଡ଼ : ୨୬/୩(ସତ୍ୟାନ୍ୟୁଜ)
ଆଜିଭି ଅଲୋଡା ଶିଶୁ କନ୍ୟା । ଶିଶୁ କନ୍ୟା ଜନ୍ମ ହେଲେ କିଛି ଲୋକ ସହଜେ ଗ୍ରହଣ କରି ପାରିନାହାନ୍ତି। ଦିନକୁ ଦିନ ଝିଅଙ୍କ ସଂଖ୍ୟା ହାର ହ୍ରାସ ପାଉଥିବା ବେଳେ ଲୋକମାନଙ୍କର ଏପରି ମାନସିକତା ଯୋଗୁ ସମାଜର ସମାନତା ବିଗିଡି ଯିବ , ଏଥିରେ ସନ୍ଦେହ ନାହିଁ। ସୁନ୍ଦରଗଡ଼ରେ ଘଟି ଥିବା ଏପରି ଏକ ଘଟଣା ବୁଦ୍ଧିଜୀବୀଙ୍କ ମନକୁ ଆନ୍ଦୋଳିତ କରୁଛି। କେହି ଜଣେ ନବଜାତ ଶିଶୁକନ୍ୟାର ମୃତଦେହ ଅଳିଆ ଗଦା ରେ ଫିଙ୍ଗି ଦେଇଥିବା ବେଳେ ତାକୁ ବୁଲା କୁକୁର ଝୁଣି ଖାଇଛନ୍ତି । ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଟାଉନ ଥାନା ମହେଶଡିହି ରେ ଥିବା ପାର୍କ ନିକଟରେ । କେହି ଗର୍ଭପାତ କରାଇ ମୃତଦେହକୁ ଏଠାରେ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି। କୁକୁର ମୃତଦେହ କୁ ଝୁଣି ଖାଉଥିବା ଦେଖି ସ୍ଥାନୀୟ ଲୋକେ ପୋଲିସ କୁ ଖବର ଦେଇଥିଲେ । ପୋଲିସ ଆସି ମୃତଦେହ କୁ ଉଦ୍ଧାର କରିଛି । କେଉଁ ପରିପ୍ରେକ୍ଷୀରେ କିଏ ସେଠାରେ ଶିଶୁ କନ୍ୟାର ମୃତ ଦେହ ପକାଇଲା ତାର ତଦନ୍ତ ଚାଲିଛି।