ବଣାଇ : ୨୬/୩(ସତ୍ୟାନ୍ୟୁଜ) ଯାହାକୁ ରଖିବେ ଅନନ୍ତ , କି କରି ପାରେ ବଳବନ୍ତ। ଏହି ଉକ୍ତିର ନିଦର୍ଶନ ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ଟିକାୟତ ପାଲି ଥାନା ଅନ୍ତର୍ଗତ ବlଗଡିହି ଗ୍ରାମ ନିକଟରେ। ଏହି ଗ୍ରାମର ରାମ କିଶାନ ଗତକାଲି ରାତିରେ ଘରକୁ ଫେରୁଥିବା ବେଳେ ଏକ ଗଭୀର କୂଅରେ ପଡ଼ି ଯାଇଥିଲେ। ଅନ୍ଧାରରେ ଦେଖା ନଯିବାରୁ ରାମ କିଶାନ କୁଅ ମଧ୍ୟକୁ ଖସି ପଡ଼ିଥିଲେ। ରାମ ଘରକୁ ନଫେରିବରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ପରେ ଗ୍ରାମ ନିକଟ କୂଅରୁ ଯୁବକଙ୍କ ପାଟି ଶୁଣି ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ। ଫାୟାର ବ୍ରିଗେଡ୍ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି କୂଅ ମଧ୍ୟରୁ ଉକ୍ତ ଯୁବକଙ୍କୁ ଉଦ୍ଧାର କରିଥିଲେ। ରାମ କିଶାନଙ୍କୁ ପରେ ବଣାଇ ହସପିଟାଲ ଚିକିତ୍ସା ପାଇଁ ପଠା ଯାଇଥିଲା।