ରାଉରକେଲା : ନିଆଁରେ ପୋଡ଼ି ହୋଇ ନାବାଳକ ଜୀବନ୍ତ ଦଗ୍ଧ।। ଅଳ୍ପକେବର୍ତ୍ତିଲେ ଅନ୍ୟ ୪ ବାଳକ।। ଖେଳୁଥିବା ବେଳେ ୬ ନମ୍ବର ସେକ୍ଟର ଦୁର୍ଗାପୂଜା ପୂଜା ପଡ଼ିଆରେ ଏହି ଅଘଟଣ।
ରାଉରକେଲା : ୨୫/୩(ସତ୍ୟାନ୍ୟୁଜ) ରାଉରକେଲାରେ ଏକ ଦୁଃଖଦ ଘଟଣାରେ ଜଣେ ନାବାଳକ ନିଆଁରେ ପୋଡ଼ି ଜୀବନ୍ତ ଦଗ୍ଧ ହୋଇ ଯାଇଛି। ଅନ୍ୟ ୪ ଜଣ ବାଳକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏପରି ଏକ ଦୁଃଖଦ ଘଟଣା ଘଟିଛି ସହରର ୬ ନମ୍ବର ସେକ୍ଟର ଦୁର୍ଗା ପୂଜା ପଡ଼ିଆରେ। ପଡ଼ିଆରେ ଥିବା ପୂଜା ପେଣ୍ଡାଲରେ ନିକଟସ୍ଥ ବସ୍ତିର ୪/୫ ଜଣ ପିଲା ଖେଳୁଥିବା ବେଳେ ହଠାତ୍ ଏହି ଅଘଟଣ ଘଟିଥିଲା। ସେଠାରେ ପୂର୍ବରୁ ଗଚ୍ଛିତ ଥିବା ଡେକୋରେସନ ସାମଗ୍ରୀ ଯଥା କପଡା , ବାଉଁଶରେ ହଠାତ୍ ନିଆଁ ଲାଗି ଯାଇଥିଲା। ୪ ଜଣ ପିଲା ପ୍ରାଣ ବିକଳରେ ଦୌଡ଼ି ପଳାଇ ଯାଇଥିବା ବେଳେ ଜଣେ ନାବାଳକ ନିଆଁ ମଧ୍ୟରେ ଫସି ଯାଇଥିଲା। ଖବର ପାଇ ପୋଲିସ , ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ମାତ୍ର ସେତେ ବେଳକୁ ପିଲାଟି ନିଆଁରେ ଜଳି ଯାଇ ମୃତ୍ୟୁ ବରଣ କରିଥିଲା। ଅଗ୍ନିକାଣ୍ଡର କାରଣ ଜଣା ପଡି ନାହିଁ। ତେବେ ତଦନ୍ତ ପରେ ସଠିକ୍ କାରଣ ଜଣା ପଡ଼ିବ ବୋଲି ଅତିରିକ୍ତ ଏସପି କହିଛନ୍ତି।