ରାଉରକେଲା : ଏଏଆଇ ର ୬ ଜଣିଆ ଟିମ୍ ବିମାନ ବନ୍ଦରର ସ୍ଥିତି ଅନୁଧ୍ୟାନ କଲେ।। ପୂର୍ଣ୍ଣ କାର୍ଯ୍ୟକ୍ଷମ ଏଆରପୋର୍ଟ ପାଇଁ ଆଶାର ସଞ୍ଚାର।

0 384

ରାଉରକେଲା : ୨୫/୩(ସତ୍ୟାନ୍ୟୁଜ) ଏକ ପୂର୍ଣ୍ଣ କାର୍ଯ୍ୟକ୍ଷମ ରାଉରକେଲା ବିମାନବନ୍ଦର ପାଇଁ ଏବ ନୂତନ ଆଶା ସଞ୍ଚାର ହୋଇଛି। ଭାରତୀୟ ବିମାନବନ୍ଦର ପ୍ରାଧିକରଣ(ଏଏଆଇ)ର ୬ ଜଣିଆ ପ୍ରତିନିଧି ଦଳ ଆଜି ରାଉରକେଲା ବିମାନ ବନ୍ଦର ନିରୀକ୍ଷଣ କରିଛନ୍ତି। ଏହି ଦଳରେ ଡିଜିଏମ୍‌(ସିଭିଲ୍‌) ଭି.ଆର.ଟପ୍ପୋ, ଡିଜିଏମ୍‌(ସିଏନ୍‌ଏସ୍‌) କେ.କେ.ବିନ୍ଧାଣୀ, ଡିଜିଏମ୍‌(ଏଟିଏମ୍‌-ଏଫ୍‌ପିଡି) ପ୍ରବୀଣ ଉନ୍ନୀକ୍ରିଷ୍ଣନ, ବରିଷ୍ଠ ମ୍ୟାନେଜର ଅବଦୁଲ ଅଜିଜ୍‌, ମ୍ୟାନେଜର ଅଜୟ କୁମାର ଓ ସହକାରୀ ମ୍ୟାନେଜର ମେଘା ରୋହିଲ୍ଲା ସାମିଲ ଅଛନ୍ତି। ଏହି ଟିମ୍ ମଙ୍ଗଳବାର ବିମାନବନ୍ଦରର ସ୍ଥିତି ଅନୁଧ୍ୟାନ କରିଛନ୍ତି। ରନ୍‌ୱେ ବୃଦ୍ଧି ପାଇଁ ଆବଶ୍ୟକ ଜମି, ବିମାନବନ୍ଦର ଜମିର ମାଲିକାନାସତ୍ତ୍ବ ହସ୍ତାନ୍ତର ପ୍ରକ୍ରିୟା, ୪ସି ଲାଇସେନ୍ସ, ଇନ୍‌ଷ୍ଟ୍ରୁମେଣ୍ଟ୍‌ ଲ୍ୟାଣ୍ଡିଂ ସିଷ୍ଟମ୍‌ (ଆଇଏଲ୍‌ଏସ୍‌), ରାତ୍ରିକାଳୀନ ବିମାନ ଅବତରଣ, ସୋଲାର ପ୍ୟାନେଲ ସ୍ଥାପନ, ୨୫୦ ସିଟ୍‌ ବିଶିଷ୍ଟ ଟର୍ମିନାଲ ବିଲ୍‌ଡିଂ, କନ୍‌ଭେନ୍‌ସନାଲ ହଲ୍‌ ନିର୍ମାଣ, କ୍ୟାଫେଟେରିଆ ଲାଉଞ୍ଜ ଆଦି ଭିତ୍ତିଭୂମି ବିକାଶ ପାଇଁ ଜମି ତଥା ଅନ୍ୟାନ୍ୟ ସୁବିଧାସୁଯୋଗର ସ୍ଥିତି ନିରୀକ୍ଷଣ କରିଛନ୍ତି।
ଉଲ୍ଲେଖଯୋଗ୍ୟଯେ, ବିମାନବନ୍ଦରର ବିକାଶ ପାଇଁ ଫେବ୍ରୁଆରି ୧୫ ତାରିଖରେ ରାଜ୍ୟ ରାଜ୍ୟ ସରକାର ଏଏଆଇ ଅଧ୍ୟକ୍ଷ ବିପିନ କୁମାରଙ୍କୁ ପତ୍ର ଲେଖିଥିଲେ। ଏଏଆଇ ପକ୍ଷରୁ ଓଏଲ୍‌ଏସ୍‌ ସର୍ଭେ କରି ମାଷ୍ଟର ପ୍ଲାନ୍‌ ପ୍ରସ୍ତୁତ କରିବାକୁ ନିବେଦନ କରାଯିବା ସହ ଏ ବାବଦକୁ ହେବାକୁଥିବା ସମସ୍ତ ବ୍ୟୟ ଓଡ଼ିଶା ସରକାର ବହନ କରିବେ ବୋଲି ପତ୍ରରେ ଉଲ୍ଲେଖ କରିଥିଲେ। ପରେ ଫେବ୍ରୁଆରି ୨୧ ତାରିଖରେ ଏଏଆଇ ପକ୍ଷରୁ ସର୍ଭେ ପାଇଁ ଆବଶ୍ୟକ ଅର୍ଥ ଡିପୋଜିଟ୍‌ କରିବା ବିଷୟରେ ପତ୍ର ମାଧ୍ୟମରେ ଜଣାଇଥିଲେ। ନିର୍ଦ୍ଧାରିତ ନିୟମାନୁଯାୟୀ ରାଜ୍ୟ ସରକାରଙ୍କ ପକ୍ଷରୁ ମାର୍ଚ୍ଚ ୬ ତାରିଖରେ ୪୦ ଲକ୍ଷ ୫୨ ହଜାର ୯୪୬ ଟଙ୍କା ପୈଠ କରାଯାଇଥିଲା। ଆଜି ଏ ଏ ଆଇ ର ଟିମ୍ ବିମାନ ବନ୍ଦର ପରିଦର୍ଶନ କରିବା ସହ ଏହାର ଆଖପାଖ ଏରିଆ ଅନୁଧ୍ୟାନ କରିଛନ୍ତି।

Leave A Reply

Your email address will not be published.