ସୁନ୍ଦରଗଡ଼ : ଶବ ଦାହ ପାଇଁ ମିଳିଲା ନାହିଁ କାଠ।। ଦୁଇ ଶବ ରଖି ଡି ଏଫ୍ ଓ ଙ୍କ ଘର ସାମ୍ନାରେ ଧାରଣା ଦେଲେ ଲୋକେ।

0 422

ସୁନ୍ଦରଗଡ଼ ଡି ଏଫ୍ ଓ ଙ୍କ ବାସଭବନ ସମ୍ମୁଖରେ ଅଭାବନୀୟ ଚିତ୍ର । ଡିଏଫଓ ଙ୍କ ବାସଭବନ ସାମ୍ନାରେ ଦୁଇ ମୃତଦେହ ରଖି ଶ୍ମଶାନ ବନ୍ଧୁ ଙ୍କ ଧାରଣା ।
ଶବ ଦାହ ପାଇଁ କାଠ ନମିଳିବାରୁ ଏପରି ପଦକ୍ଷେପ ।
ସୁନ୍ଦରଗଡ଼ : ୨୩/୩(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଡି ଏଫ୍ ଓ ଙ୍କ ବାସଭବନ ସମ୍ମୁଖ ରେ ଅଭାବନୀୟ ଦୃଶ୍ୟ ଆଜି ଦେଖିବାକୁ ମିଳିଛି। ସୁନ୍ଦରଗଡ଼ ଡି ଏଫ୍ ଓ ପ୍ରଦୀପ ମିରାସେଙ୍କ ବାସଭବନ ସମ୍ମୁଖରେ ଦୁଇ ମୃତ ଦେହ ରଖି ଶ୍ମଶାନ ବନ୍ଧୁ ଏବଂ ମୃତକ ଙ୍କ ପରିଜନ ଙ୍କ ଧାରଣା ଜାରି ରହିଛି। ଶବ ସତ୍କାର ପାଇଁ କାଠ ର ଘୋର ଅଭାବ ପ୍ରତିବାଦ ରେ ଶବ ରଖି ଧାରଣା ଦେଇଛନ୍ତି ଲୋକ ମାନେ । କାଠ ସମସ୍ୟା ର ସ୍ଥାୟୀ ସମାଧାନ ପାଇଁ ଦାବି କରି ଡି ଏଫ୍ ଓ ଙ୍କ ବାସଭବନ ସମ୍ମୁଖରେ ଶବ ରଖି ଶ୍ମଶାନ ବନ୍ଧୁ ସିଦ୍ଧାନ୍ତ ପଣ୍ଡା, ଶିଶିର ବେହେରା, ଚିଣ୍ଟୁ ରକ୍ସା କମଲେଶ ନଥାନୀ ଙ୍କ ସମେତ ମୃତକଙ୍କ ପରିଜନ ଧାରଣା ରେ ବସିଛନ୍ତି । ସୁନ୍ଦରଗଡ଼ ସ୍ବର୍ଗଦ୍ବାର ଠାରେ ଶବ ଦାହ ପାଇଁ କାଠର ଘୋର ଅଭାବ ଦେଖା ଦେଇଛି । ପ୍ରତିଦିନ ହେମଗିର ବନାଞ୍ଚଳ କନିକା ରେଞ୍ଜ କୁ ଏମସିଏଲ ସହିତ ବିଭିନ୍ନ କୋଇଲା ଖଣି ପାଇଁ ହେକ୍ଟର ହେକ୍ଟର ଜଙ୍ଗଲ ର ଗଛ କାଟି ଅଣାଯାଇଛି । ସେହି କାଠ ସବୁ ରାଉରକେଲା, ବେଦବ୍ୟାସ, ଝାରସୁଗୁଡ଼ା, ସମ୍ବଲପୁର କୁ କନିକା ରେଞ୍ଜରୁ ଟ୍ରକ ଟ୍ରକ କାଠ ଚାଲାଣ ହେଉଥିବା ବେଳେ ସୁନ୍ଦରଗଡ ର କୌଣସି ଡିପୋରେ ଦୀର୍ଘ ୧୫ ଦିନ ହେଲା ଗୋଟିଏ ହେଲେ କାଠ ମିଳୁନାହିଁ ।ଅନ୍ୟପଟେ ପ୍ରତିଦିନ ସୁନ୍ଦରଗଡ ସହର ରେ ଦୁଇ ରୁ ତିନୋଟ ଶବସଂସ୍କାର କରାଯାଉଛି । ମୃତକଙ୍କର ପରିଜନ ଏବଂ ଶ୍ମଶାନ ବନ୍ଧୁ କାଠ ପାଇଁ ନାହିଁ ନଥିବା ହଇରାଣରେ ସମ୍ମୁଖୀନ ହେବାକୁ ପଡୁଛି । ଗତକାଲି ହେମଗିରି ଥାନା ଗଡ଼ ତୁମୁଲିଆ ଗାଁ ରେ ଘଟିଥିବା ଡବଲ ମର୍ଡର ମାମଲା ର ଦୁଇ ମୃତ ଦେହ ବ୍ୟବଚ୍ଛେଦ ହେଲା ପରେ ଦାହ ପାଇଁ ସ୍ବର୍ଗଦ୍ବାର ପାଇଁ ଅଣା ଯାଇଥିଲା। ସେଠାରେ ଦାହ ପାଇଁ କାଠ ନଥିଲା । କାଠ କୌଣସି ସ୍ଥାନରୁ ଯୋଗାଡ ନହେବା ପରେ ଶ୍ମଶାନ ବନ୍ଧୁ ସୁନ୍ଦରଗଡ଼ ଡି ଏଫ୍ ଓ ପ୍ରଦୀପ ମୀରାସେ ଙ୍କୁ ଫୋନ କରିଥିଲେ। ଡି ଏଫ୍ ଓ ରାଉରକେଲା କର୍ପୋରେସନ ମ୍ୟାନେଜର ଙ୍କୁ ଯୋଗାଯୋଗ କରନ୍ତୁ ଏଥିରେ ମୁଁ କଣ କରିବି ବୋଲି କୁଆଡେ କହିଥିଲେ । ତା ସହ ସେ ଇତମା ଡିପୋ କୁ ପଠାଇଥିଲେ । ସେଠାକୁ ଗଲାପରେ ସେଠାରେ ମଧ୍ୟ କାଠ ନଥିଲା । କାଠ ପାଇଁ ନାନା ହଇରାଣ ହେଲା ପରେ ଶେଷ ରେ ଦୁଇ ମୃତଦେହ କୁ ଡି ଏଫ୍ ଓ ଙ୍କ ବସଭାନ ସମ୍ମୁଖ ରେ ରଖି ଧାରଣା ରେ ବସି ରହିଛନ୍ତି ଲୋକେ।

Leave A Reply

Your email address will not be published.