ରାଉରକେଲା : କେ ବଳଙ୍ଗ ଥାନାଜାମୁଡିହି ଟୋଲ ଗେଟ୍ ନିକଟ ରେ ଚା ଦୋକାନକୁ ପଶି ଗଲା ହାଇୱା ଗାଡ଼ି।। ୩ ମୃତ।। ଘଟଣା ସ୍ଥଳରେ ଉତ୍ତେଜନା।
ରାଉରକେଲା/କୋଇଡା : ୨୩/୩ (ସତ୍ୟାନ୍ୟୁଜ) କୋଇଡା – ରାଜାମୁଣ୍ଡା ମଧ୍ୟ ଜାତୀୟ ରାଜପଥ ୫୨୦ ରେ ରବିବାର ସଂନ୍ଧ୍ୟାରେ ଘଟି ଯାଇଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା। କେ ବଲାଙ୍ଗ ଥାନା ଜାମୁଢ଼ି ଟୋଲ୍ ଗେଟ୍ ନିକଟ ଏକ ଚାହା ଦୋକାନ ଉପରେ ଏକ ଲୁହା ପଥର ବୋଝେଇ ଟ୍ରକ ମାଡ଼ି ଯିବାରୁ ଘଟଣା ସ୍ଥଳରେ ୩ ଜଣ ମୃତ୍ୟୁ ବରଣ କରିଛନ୍ତି। ଟ୍ରକ ଟି ଭାରସାମ୍ୟ ହରାଇ ଦୋକାନ ଭିତରକୁ ମାଡ଼ିଗଲା ପରେ ଓଲଟି ପଡ଼ିଛି। ଫଳରେ ଟ୍ରକ୍ ରେ ଥିବା ସବୁତକ ଲୁହାପଥର ଦୋକାନ ଭିତରେ ଓଜାଡ଼ି ହୋଇ ପଡ଼ିଛି। ଆହୁରି କିଛି ଲୋକେ ମାଟି ତଳେ ଫସି ରହିଥିବା ସନ୍ଦେହ କରୁଛି ପୋଲିସ୍। ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ସନ୍ଧ୍ୟା ସମୟରେ ଲୋକେ ଚା ପିଉଥିବା ବେଳେ ଦୋକାନ କୁ ମାଡ଼ି ଯାଇଥିଲା ଲୌହ ପଥର ବୋଝେଇ ହାଇୱା ଗାଡ଼ି । ଘଟଣା ସ୍ଥଳରେ କେ ବଲାଙ୍ଗ ପୋଲିସ୍ ଓ କୋଇଡା ଅଗ୍ନିଶମ ବିଭାଗ ପହଁଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।