ରାଉରକେଲା : ୨୩/୩(ସତ୍ୟାନ୍ୟୁଜ) ରାଉରକେଲା ପୋଲିସକୁ ମିଳିଛି ଏକ ବଡ ସଫଳତା। ବିଶ୍ରା ଥାନା ଅଞ୍ଚଳରେ ବହୁଦିନ ହେଲା ଚାଲିଥିବା ଏକ ନକଲି ମୋବିଲ କାରଖାନାକୁ ପୋଲିସ୍ ଠାବ କରିବା ସହ ନାମୀଦାମୀ କମ୍ପାନୀର ବିପୁଳ ପରିମାଣର ନକଲି ମୋବିଲ ଜବତ କରାଯାଇଛି। ଏହା ସହ ବିଭିନ୍ନ ନାମୀ କମ୍ପାନୀର ଲେବଲ୍ , ଖାଲି ବୋତଲ , ଜାର୍, ଠିପି ମଧ୍ୟ ଜବତ କରାଯାଇଛି। ଜବତ ନକଲି ମୋବିଲ୍ ୪ ହଜାର ଲିଟର ହେବା ବୋଲି ପୋଲିସ୍ କହିଛି। ବିଶ୍ରା ଥାନା ଅନ୍ତର୍ଗତ ଜିନ୍ନତ କଲୋନୀରେ ଚାଲୁଥିବା ଏହି ନକଲି ମୋବିଲ ରାକେଟ୍ ଚଳାଇବା ଅଭିଯୋଗରେ ପୋଲିସ ୨ ଜଣଙ୍କୁ ଗିରଫ କରିବା ସହ ମୋବିଲ ନେବା ଆଣିବାରେ ବ୍ୟବହୃତ ଗୋଟିଏ କାର ଏଵଂ ସ୍କୁଟି ମଧ୍ୟ ଜବତ କରିଛି। ଏ ବାବଦରେ ଅଧିକ ତଦନ୍ତ ଜାରି ରହିଛି।