ରାଉରକେଲା : ୧୫ ଲକ୍ଷ ଟଙ୍କାର ବେଆଇନ୍ ଡ୍ରଗ୍ସ ଜବତ।। ଦୁଇ ଡ୍ରଗ୍ସ ଚାଲାଣକାରୀ ଗିରଫ। ଗିରଫ କଲା ପ୍ଲାଣ୍ଟ ସାଇଟ୍ ଥାନା ପୋଲିସ୍।

0 1,215

ରାଉରକେଲା : ୨୧/୩(ସତ୍ୟାନ୍ୟୁଜ) ରାଉରକେଲା ପ୍ଲାଣ୍ଟସାଇଟ୍ ଥାନା ପୋଲିସ ଦୁଇ ଜଣ ନିଶା ଦ୍ରବ୍ୟ ଚାଲାଣ କାରୀ ଙ୍କୁ ଗିରଫ କରିଛନ୍ତି। ସେମାନଙ୍କ ଠାରୁ ୧୫ ଗ୍ରାମ ହିରୋଇନ୍ ଜବତ କରିଛନ୍ତି। ଏହା ଛଡା ଡ୍ରଗ୍ସ ଚାଲାଣ ହେଉଥିବା ସ୍କୁଟି କୁ ମଧ୍ୟ ଜବତ କରା ଯାଇଛି। ଆଜି ସକାଳେ ପ୍ଲାଣ୍ଟ ସାଇଟ୍ ଥାନା ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ଡ୍ରଗ୍ସ ଚାଲାଣ ବାବଦରେ ସୂଚନା ପାଇଥିଲେ। ପୋଲିସ ଟିମ୍ ତୁରନ୍ତ ଟ୍ରାଫିକ ଗେଟ୍ ଅଞ୍ଚଳରେ ଚଢାଉ କରି ଦୁଇ ନିଶା ଦ୍ରବ୍ୟ ଚାଲାଣକାରୀଙ୍କୁ ଗିରଫ କରିବା ସହ ୧୫ ଗ୍ରାମ ହିରୋଇନ୍ ଜବତ କରିଥିଲେ। ଜବତ
ଡ୍ରଗ୍ସ ର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ଟଙ୍କା ହେବ ବୋଲି ଜଣା ପଡିଛି।
ଏ ବାବଦରେ ଅଧିକ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.