ସୁନ୍ଦରଗଡ଼ : ସ୍କୁଲ ଭ୍ୟାନ ଓଲଟି ୮ ଛାତ୍ରଛାତ୍ରୀ ଆହତ।। ସୁନ୍ଦରଗଡ଼ ଡ଼ାକ୍ତରଖାନାରେ ଭର୍ତ୍ତି।

0 115

ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଓଲଟିଲା ସ୍କୁଲ୍‌ ଭ୍ୟାନ, ୮ ଜଣ ଶିଶୁ ଆହତ
ସୁନ୍ଦରଗଡ଼: ୨୧/୩(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ଧରୁଆଡିହି ଥାନା ଅନ୍ତର୍ଗତ ସଲଙ୍ଗାବୁଡ଼ ଦେମୂଲ୍‌ ନିକଟରେ ଏକ ସ୍କୁଲ୍‌ ଭ୍ୟାନ ଓଲଟି ଯିବା ଫଳରେ ୮ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ଆହତ ଶିଶୁଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇ ଚିକିତ୍ସା କରାଯାଇଛି । ଚିକିତ୍ସା ପରେ ସମସ୍ତେ ସୁସ୍ଥ ଥିବା ଜଣାପଡିଛି ।
ଘଟଣା ଅନୁସାରେ ଦେଓଡାପଡ଼ା ସ୍ଥିତ ସେଣ୍ଟ୍‌ ଫ୍ରାନ୍ସିସ୍‌ ସ୍କୁଲ୍‌‌ର ୧୫ ଜଣ ଛାତ୍ରଛାତ୍ରୀଙ୍କୁ ଛୁଟି ପରେ ଘରକୁ ନେଇ ଯାଉଥିବା ବେଳେ ବସ୍ ଟି ଓଲଟି ପଡ଼ି ଥିଲା। ସାମ୍ନା ପଟୁ ଦୃତଗତି ରେ ଆସୁଥିବା ବାଇକ୍‌ ଆରୋହୀ ଙ୍କୁ ବଞ୍ଚାଇବାକୁ ଯାଇ ଭାରସାମ୍ୟ ହରାଇ ଫଳରେ ସ୍କୁଲ ଭ୍ୟାନଟି ଓଲଟି ପଡି ଥିଲା। ଦୁର୍ଘଟଣାରେ ୮ ଜଣ ଛାତ୍ରଛାତ୍ରୀ ଆହତ ହୋଇଥିଲେ। ଏହି ଦୁର୍ଘଟଣା ହେବା ପରେ ଭ୍ୟାନ୍‌ ଚାଳକ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିବା ସହ ସ୍କୁଲ୍‌ କର୍ତ୍ତୃପକ୍ଷଙ୍କୁ ଖବର ଦେଇଥିଲେ। ସ୍କୁଲ କର୍ତ୍ତୃପକ୍ଷ ଏବଂ ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ ଛାତ୍ରଛାତ୍ରୀଙ୍କୁ ଆମ୍ବୁଲାନ୍‌ସ ଯୋଗେ ଡାକ୍ତରଖାନାକୁ ପଠାଇ ଥିଲେ।

Leave A Reply

Your email address will not be published.