ସୁନ୍ଦରଗଡ଼ : ରେଷ୍ଟୁରାଣ୍ଟ ରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ଭସ୍ମୀଭୂତ।। ଅଳ୍ପକେ ବତ୍ତିଲେ ୧୫ କର୍ମଚାରୀ।
ସୁନ୍ଦରଗଡ଼ : ୨୧/୩(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ରେ ଏକ ରେଷ୍ଟୁରାଣ୍ଟ ରେ ଅଗ୍ନିକାଣ୍ଡ ଘଟି ସମସ୍ତ ସାମଗ୍ରୀ ଜଳି ନଷ୍ଟ ହୋଇ ଯାଇଛି। ଅଗ୍ନିକାଣ୍ଡ ବେଳେ ଭିତରେ ଥିବା ୧୫ କର୍ମଚାରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସୁନ୍ଦରଗଡ଼ ଟାଉନ ଥାନା ଅନ୍ତର୍ଗତ ଲିସା ହୋଟେଲ ସମ୍ମୁଖରେ ଥିବା ଥ୍ରି ଜେ ବେକ୍ସ୍ ନାମକ ବେକେରୀ ଓ ରେଷ୍ଟୁରାଣ୍ଟ ରେ ଏହି ଅଗ୍ନିକାଣ୍ଡ ଗୁରୁବାର ବିଳମ୍ବିତ ରାତିରେ ଘଟିଛି। ରେଷ୍ଟୁରାଣ୍ଟ ରେ ଥିବା ଲକ୍ଷାଧିକ ଟଙ୍କାର ବିଭିନ୍ନ ସାମଗ୍ରୀ ସମ୍ପୂର୍ଣ ଜଳି ନଷ୍ଟ ହୋଇ ଯାଇଛି।
ରାତି ପ୍ରାୟ ଦେଢ଼ଟା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି। କ୍ୟାସ କାଉଣ୍ଟର ନିକଟରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ବେଳେ ଧୀରେ ଧୀରେ ନିଆଁ ପୁରା ରେଷ୍ଟୁରାଣ୍ଟ ରେ ବ୍ୟାପି ଯାଇଥିଲା। ରେଷ୍ଟୁରାଣ୍ଟ ଭିତରେ ୧୫ଜଣ କର୍ମଚାରୀ ଶୋଇଥିବା ବେଳେ ନିଜ ଜୀବନ ବଞ୍ଚାଇ ଛାତ ଉପର କୁ ଉଠି ଯାଇଥିଲେ । ପରେ ସେମାନଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରିଥିଲା। ଅଗ୍ନିକାଣ୍ଡ ରେ ରେଷ୍ଟୁରାଣ୍ଟ ର ୧୦ ଟି ଫ୍ରିଜ୍ ଓ ଅନ୍ୟାନ୍ୟ ସାମଗ୍ରୀ ଜଳି ଯାଇଥିବା ବେଳେ ୪ଟି ସ୍କୁଟର ମଧ୍ୟ ଜଳିଯାଇଥିବା ଜଣାପଡ଼ିଛି । ସୂଚନା ପାଇ ଅଗ୍ନିଶମ ବାହିନୀ ଆସି ନିଆଁ କୁ ଆୟତ୍ତ କରିଥିଲା । ଅଗ୍ନିକାଣ୍ଡ ଯୋଗୁଁ ୧୦ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ର ସାମଗ୍ରୀ ଜଳି ପାଉଁଶ ହୋଇ ଯାଇଥିବା ଅନୁମାନ କରାଯାଉଛି।