ବଣାଇ : ଖଣ୍ଡାଧାର ନାଳ ନିକଟରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତ ଦେହ ଉଦ୍ଧାର।। ପୋଲିସ ତଦନ୍ତ ଜାରି।

0 424

ବଣାଇ: ୨୦/୩(ସତ୍ୟାନ୍ୟୁଜ)
ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡା ଥାନା ଅନ୍ତର୍ଗତ ରାଇକଳା ପୋଷ ନିକଟ
ଖଣ୍ଡାଧାର ନାଳ ନିକଟରୁ ଜଣେ ମହିଳାଙ୍କ ଅର୍ଦ୍ଧ ଦଗ୍ଧ ମୃତ ଦେହ ଉଦ୍ଧାର କରା ଯାଇଛି। ନାଳ ନିକଟରେ ମହିଳାଙ୍କ ଶବ ପଡ଼ିଥିବା ଦେଖି ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରି ଥିବା ବେଳେ ମୃତକ ରାଇକଳା ଗ୍ରାମର ଫୁଲମଣୀ ମୁଣ୍ଡା ବୋଲି ଜଣା ପଡିଛି। ମହିଳା ଜଣକ କେମିତି ପୋଡି ହେଲେ କିମ୍ବା ତାଙ୍କୁ କେହି ପୋଡି ସେଠାରେ ପକାଇଦେଇଛନ୍ତି ପୋଲିସ ସେ ବାବଦରେ ତଦନ୍ତ କରୁଛି।

Leave A Reply

Your email address will not be published.