ଓଡିଶା ଦିବସ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ରାଉରକେଲା: ୨୦/୩ (ସତ୍ୟାନ୍ୟୁଜ): ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ ଓ ପ୍ରଶାସନ ପକ୍ଷରୁ ଓଡିଶା ଦିବସ ୨୦୨୫ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଆଜି ଅତିରିକ୍ତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଯାଇଛି। ଅତିରିକ୍ତ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ଯକ୍ଷତା ରେ ଏହି ବୈଠକ ହୋଇଥିଲା। ବୈଠକରେ ଚଳିତ ବର୍ଷ ମହାସମାରୋହରେ ଓଡିଶା ଦିବସ ପାଳନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଅପ୍ରେଲ ୧ ତାରିଖ ଦିନ ସକାଳ ୭ ଘଟିକାରେ ଏକ ଶୋଭାଯାତ୍ରା ଅମ୍ବେଦକର ଛକ ଠାରୁ ଆରମ୍ଭ ହୋଇ ରାଉରକେଲା ର ମୁଖ୍ଯମାର୍ଗ ଦେଇ ମଧୁସୂଦନ ଛକ ନିକଟସ୍ଥ ମଧୁ ସୂଦନଙ୍କ ପ୍ରତ୍ତିମୂର୍ତ୍ତି ନିକଟରେ ପହଞ୍ଚିବ। ଏବଂ ସେଠାରେ ମୁଖ୍ଯ ଅତିଥି ତଥା ସମ୍ମାନୀୟ ଅତିଥି ମାନଙ୍କ ଦ୍ବାରା ମାଲ୍ୟାର୍ପଣ କରାଯିବ। ଏହି ଶୋଭାଯାତ୍ରାରେ ସହରର ବିଭିନ୍ନ ଅନୁଷ୍ଠାନର ସଦସ୍ୟ, ବିଭିନ୍ନଶିକ୍ଷାନୁଷ୍ଠାନ ,ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନେ ଏନସିସି ଓ ସ୍କାଉଟ ଗାଇଡ ଅଂଶ ଗ୍ରହଣ କରିବେ। ଏହାଛଡା ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ପାଇଁ ଓଡ଼ିଆ ପ୍ରବନ୍ଧ, ବତ୍କୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ର ଆୟୋଜନ କରାଯିବ। ସଂଧ୍ଯା ରେ ଉଦିତନଗର ସରକାରୀ ଉଚ୍ଚବିଦ୍ୟାଳୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପୁରସ୍କାର ବିତରଣ ସମାରୋହର ଆୟୋଜନ କରାଯିବ। ଚଳିତ ବର୍ଷ ମଧ୍ଯ ଓଡ଼ିଆ ଭାଷା ସଂସ୍କୃତି କ୍ଷେତ୍ର ରେ ଉଲ୍ଲେଖନୀୟ ଯୋଗଦାନ ନିମନ୍ତେ ଏକ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ କୁ ମଧୁସୂଦନ ସ୍ମତି ସମ୍ମାନ ପ୍ରଦାନ କରାଯିବାର ନିଷ୍ପତ୍ତି ନିଆଯାଇଛି। ଆଜିର ଏହି ବୈଠକରେ ରାଉରକେଲା ମହାନଗର ନିଗମର ଯୁଗ୍ମ ଆୟୁକ୍ତ ପଲ୍ଲବୀ ନାୟକ , ରାଉରକେଲା ତହସିଲଦାର ନିବେଦିତା ପ୍ରଧାନ, ଡେପୁଟି କଲେକ୍ଟର ଅର୍ପିତା ମହାନ୍ତି, ଆରଏସପି ର ଜିଏମ(ପ୍ରୋଟୋକଲ) ଜେପି ମିଶ୍ର, ଆରଜିଏଚ ଡେପୁଟି ସୁପ୍ରିଟେଡେଣ୍ଟ ଡା ପଣ୍ଡିତ ସାହୁ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସୀମା ଫାତିମା ଏକ୍କା ସମେତ ବିଭିନ୍ନ ଅନୁଷ୍ଠାନ ର ସଦସ୍ଯ , ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।