ଝାରସୁଗୁଡ଼ା : ଜେସିବି ଲଗାଇ ଏଟିଏମ୍ ତାଡି ନେଲେ ଦୁବୃର୍ତ୍ତ।। ଜେସିବି ସହଏଟିଏମ୍ ମେସିନ ଜବତ।। ୩ ଅଟକ ।

0 254

ଝାରସୁଗୁଡ଼ା : ୨୦/୩(ସତ୍ୟାନ୍ୟୁଜ) ଝାରସୁଗୁଡ଼ା ସଦର ଥାନା ଅନ୍ତର୍ଗତ
ବିଟିଏମ୍ ଛକରେ ଦୁବୃର୍ତ୍ତ ମାନେ ଗତକାଲି ରାତିରେ ଜେସିବି ଲଗାଇ ଏକ ଏଟିଏମ୍ ମେସିନକୁ ତାଡି ନେଇଛନ୍ତି। ଏହି ଏଟିଏମ୍‌ କାଉଣ୍ଟର ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ର ହୋଇଥିବା ସୂଚନା ମିଳିଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରିବା ପରେ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ। ଆଜି ସକାଳେ କିଛି ଦୂରରୁ ତଡ଼ା ଯାଇଥିବା ଏ ଟି ଏମ କାଉଣ୍ଟର ପୋଲିସ ଉଦ୍ଧାର କରିଛି। ଏଟିଏମ କୁ ଦୁର୍ବୃତ୍ତ ମାନେ ତାଡି ନପାରି ଛାଡି ପଳାଇ ଥିବା ଜଣା ପଡିଛି ଏବଂ ସବୁ ଟଙ୍କା ସୁରକ୍ଷିତ ଥିବା ପୋଲିସ କହିଛି। ଏହା ସହ
ଏ ଟି ଏମ ମେସିନ ତାଡ଼ିବାରେ ବ୍ୟବହୃତ ଜେସିବି ମଧ୍ୟ ଜବତ କରାଯାଇଛି। ଜେସିବି ମାଲିକ କୁ ଅଟକ ରଖି ପଚରା ଉଚୁରା ଚାଲିଛି। ସଦର ଥାନା ଏସ୍‌ଡିପିଓ ଉମାଶଙ୍କର ସିଂହ ଏହି ସୂଚନା ଦେଇଛନ୍ତି।

Leave A Reply

Your email address will not be published.