ସୁନ୍ଦରଗଡ଼ : ବାଛୁରୀ ଚୋରି କୁ ନେଇ ଉତ୍ତେଜନା।। ପୋଲିସ ମୁତୟନ। ୩ ଅଟକ ।

0 97

ସୁନ୍ଦରଗଡ଼ : ୧୭/୩(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଭସ୍ମl ଥାନା ଅନ୍ତର୍ଗତ ମୁଣ୍ଡଗାଁ ରେ ଗୋ ମାଂସ ବିକ୍ରୀକୁ କେନ୍ଦ୍ର କରି ଉତ୍ତେଜନା ପ୍ରକାଶ ପାଇଛି । ପୁଲିସ
ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି । ଉତ୍ତେଜନା ଥିବାରୁ ୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରା ଯାଇଛି। ସୂଚନା ଅନୁସାରେ ଗାଁ ର ଜଣଙ୍କ ବାଛୁରୀ ଚୋରି କରି କିଛି ଲୋକ ତାର ମାଂସ ବିକ୍ରି କରୁଥିଲେ । ଏହା ବାଛୁରୀ ମାଲିକ ଜାଣିବା ପରେ ବିବାଦ ଦେଖା ଦେଇଥିଲା। ଗ୍ରାମବାସୀ ବାଛୁରୀ ଚୋରି କରିଥିବା ଲୋକଙ୍କୁ ନିସ୍ତୁକ ମାଡ଼ ମାରିବା ସହ ପୁଲିସ କୁ ଖବର ଦେଇଥିଲେ । ପୁଲିସ ପହଞ୍ଚିବା ପୂର୍ବରୁ ଖବର ପାଇ ବଜରଙ୍ଗ ଦଳ କର୍ମକର୍ତ୍ତା ମାନେ ସେଠାରେ ପହଞ୍ଚି ଥିଲେ। ଏହି ଘଟଣାକୁ କେନ୍ଦ୍ର କରି ଉତ୍ତେଜନା ପ୍ରକାଶ ପାଇଥିଲା। ୩ ଜଣଙ୍କୁ ଧରି ସ୍ଥାନୀୟ ଲୋକେ ପୁଲିସ କୁ ଜିମା ଦେଇଥିଲେ । ଅନ୍ୟ ଛଅ ଜଣ ସେଠାରୁ ଫେରାର ହୋଇ ଯାଇଛନ୍ତି। ଗ୍ରାମରେ ଏହାକୁ ନେଇ ଉତ୍ତେଜନା ଲାଗିରହିଥିବା ବେଳେ ଉତ୍ତ୍ୟକ୍ତ ଲୋକେ ମୁଖ୍ୟ ରାସ୍ତା କୁ ଅବରୋଧ କରିଥିଲେ। ଘଟଣାସ୍ଥଳ ରେ ପୁଲିସ ମୁତୟନ କରାଯାଇଛି ।

Leave A Reply

Your email address will not be published.