ରାଉରwକେଲା : ମଧୁସୂଦନ ପାଲି ରେ ଘରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ଭସ୍ମୀଭୂତ।। ଫ୍ରୀଜ୍ କମ୍ପ୍ରେଶର ଫାଟି ନିଆଁ ଲାଗିଥିବା ସୂଚନା।
ରାଉରକେଲା : ୨୦/୩(ସତ୍ୟାନ୍ୟୁଜ) ରାଉରକେଲା ମଧୁସୂଦନ ପାଲିରେ ଗୁରୁବାର ଅପରାହ୍ନ ରେ ଏକ ଘରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ ହୋଇ ଯାଇଛି। ସ୍ଥାନୀୟ ଯୁବକ ମାନଙ୍କ ତତ୍ପରତା ଯୋଗୁଁ ନିଆଁ କୁ ଆୟତ୍ତ କରାଯାଇ ପାରିଥିଲା। ଫଳରେ ଏକ ବଡ଼ ଧରଣର ଅଘଟଣକୁ ଏଡ଼ାଇ ଦିଆ ଯାଇ ପାରି ଥିଲା। ଆଜି ଦିନ ଗୋଟାଏ ବେଳେ ଏହି ଅଗ୍ନିକାଣ୍ଡ ବିଟୁ ସାହୁଙ୍କ ଘର ର ପ୍ରଥମ ତାଲାରେ ଘଟିଥିଲା। ଫ୍ରିଜ୍ ର କମ୍ପ୍ରେସର ଫାଟି ନିଆଁ ଘର ସାରା ବ୍ୟାପି ଯାଇଥିଲା। ସ୍ଥାନୀୟ ଯୁବକ ମାନେ ଫାୟାର
ବ୍ରିଗେଡ ପହଞ୍ଚିବା ପୂର୍ବରୁ ନିଆଁକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରିଥିଲେ। ଲକ୍ଷାଧିକ ଟଙ୍କା ର ସମ୍ପତ୍ତି ପୋଡ଼ି ନଷ୍ଟ ହୋଇ ଯାଇଥିବା ବେଳେ କୌଣସି ଜୀବନ ହାନି ଘଟି ନାହିଁ।