ସୁନ୍ଦରଗଡ଼ : ୧୬/୩(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ରେ ଏକ ସଡ଼କ ଦୁର୍ଘଟଣା ରେ ଦୁଇ ଜଣ ଯୁବକ ମୃତ୍ୟୁ ବରଣ କରିଛନ୍ତି। ଶନିବାର ରାତିରେ ଘଟିଛି ଏହି ଦୁର୍ଘଟଣା। ବିଜୁ ଏକ୍ସପ୍ରେସୱେରେ ଏକ ଟ୍ରକ ପଛ କୁ ବାଇକ୍ ଦ୍ରୁତ ଗତିରେ ଆସି ପିଟି ହୋଇ ଯିବା ଫଳରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବାଇକ୍ ଟି ଚୂରମାର ହୋଇଯାଇଛି। ଘଟଣାସ୍ଥଳରେ ହିଁ ଦୁଇ ବାଇକ ଆରୋହୀ ଯୁବକଙ୍କ ଶୋଚନୀୟ ମୃତ୍ଯୁ ହୋଇଯାଇଛି। ଟ୍ରକଟି ରାଉରକେଲାରୁ ଝାରସୁଗୁଡ଼ା ଆଡ଼କୁ ଯାଉଥିଲା। ସୁନ୍ଦରଗଡ଼ ଷଡ଼ଙ୍ଗୀ ପେଟ୍ରୋଲ ପମ୍ପ ନିକଟରେ ଘଟିଛି ଏହି ଦୁର୍ଘଟଣା। ବିଳମ୍ବିତ ରାତି ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳି ପାରି ନଥିଲା। ଟାଉନ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ରାସ୍ତା କ୍ଲିଅର କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି।