ରାଉରକେଲା : ପୋଲିସ ଗୁଳିରେ ଦୁର୍ଦ୍ଧାନ୍ତ ଅପରାଧୀ ବିୟେସ୍ ଲଖୁଆ ଆହତ।। ପିସ୍ତଲ୍, ସ୍କ୍ରପିଓ ଜବତ।। ସହଯୋଗୀ ଅମିତ୍ ଫେରାର।

0 436

ରାଉରକେଲା : ୧୨/୩(ସତ୍ୟାନ୍ୟୁଜ) ରାଉରକେଲା ପୋଲିସର ଆରମ୍ଭ ହୋଇ ଯାଇଛି ଅପରାଧ ବିରୋଧୀ ଅଭିଯାନ। ଆଜି ଭୋରୁ ରାଉରକେଲା ପୋଲିସ ଗୁଳିରେ ଝାଡ଼ଖଣ୍ଡର ଦୁର୍ଦ୍ଧାନ୍ତ ଅପରାଧୀ ବିୟେସ୍ ଲଖୁଆ ଆହତ ହୋଇଛି। ମାତ୍ର ପୋଲିସ କୁ ଚକମା ଦେଇ ବିୟେସ୍ ର ସହଯୋଗୀ ଅମିତ୍ ଟପ୍ନୋ ଫେରାର ହୋଇଯାଇଛି। ପୋଲିସ ଅମିତ୍ କୁ ଧରିବା ଲାଗି ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି। ଗତକାଲି ପାନପୋଷ ଉପଖଣ୍ଡରେ ଆଇନ୍ ଶୃଙ୍ଖଳା ସ୍ଥିତି ବ୍ୟବସ୍ଥିତ କରିବା ଲାଗି ଉପଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ହୋଇଥିଲା। ଏହି ବୈଠକରେ ପୋଲିସ , ରାଜସ୍ବ ଅଧିକାରୀ , ଅବକାରୀ ବିଭାଗ ଅଧିକାରୀ ମାନେ ଯୋଗ ଦେଇଥିଲେ। ବୈଠକର ୧୨ ଘଣ୍ଟା ନପୁରୁଣୁ ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଧାନ୍ତ ଅପରାଧୀ ଆହତ ହେବା ନିଶ୍ଚିତ ଭାବେ ପ୍ରଶାସନ ଲାଗି ଏକ ଉପଲବ୍ଧି। ଝାଡ଼ଖଣ୍ଡ ଆନନ୍ଦପୁର ଥାନା ଅଞ୍ଚଳର ଦୁର୍ଦ୍ଧାନ୍ତ ଅପରାଧୀ ବିୟେସ୍ ଲାଖୁଆ ତାର ଜଣେ ସହଯୋଗୀ ସହ ଏକ ଧଳା ରଙ୍ଗର ସ୍କ୍ରୋପିଓ ଗାଡ଼ିରେ ବୁଲୁ ଥିବା ପୋଲିସ ସୂଚନା ପାଇଥିଲା। ଏହି ଗାଡିକୁ ପୋଲିସ ଗୋଡାଇବା ବେଳେ ଦୁବୃର୍ତ୍ତ ମାନେ ପୋଲିସ ଉପରକୁ ଗୁଳି ଚଳାଇ ଥିଲେ। ପୋଲିସ ର ପାଲଟା ଗୁଳି ଚାଳନାରେ ବିୟେସ୍ ଆହତ ହୋଇଥିଲା। ପୋଲିସ ଉକ୍ତ ଅପରାଧୀ ଠାରୁ ଗୋଟିଏ ପିସ୍ତଲ୍ , ସ୍କ୍ରୋପିଓ ଗାଡ଼ି ଜବତ କରିଛନ୍ତି। ଅପରାଧୀଙ୍କ ପ୍ରତି ଜିରୋ ସହନଶୀଳତା ରହିବା ନେଇ ପୁଲିସ ସୂଚନା ଦେଇଛି। ଆହତ ଅପରାଧୀ ବିୟେସ୍ ଲାଖୁଆ ନାଁରେ ପୂର୍ବରୁ ଦାଦା ବଟି, ହତ୍ୟା , ଡକାୟତି ଆଦି ମାମଲା ରହିଛି।

Leave A Reply

Your email address will not be published.