ରାଉରକେଲା : ଆଉ ଦିନକ ପରେ ହୋଲି।। ଶାନ୍ତି ଶୃଙ୍ଖଳା ସହ ହୋଲି ମନାଇବାକୁ ପୋଲିସ ପ୍ରଶାସନ ପକ୍ଷରୁ ସମ୍ୱନୟ କମିଟି ବୈଠକ।

0 166

ରାଉରକେଲା : ୧୨/୩ (ସତ୍ୟାନ୍ୟୁଜ) ଆଉ ମାତ୍ର ଦିନକ ପରେ ଦୋଳ ପୂର୍ଣ୍ଣିମା ଏବଂ ହୋଲି ଉତ୍ସବ। ଏଥି ପାଇଁ ରାଉରକେଲା ସହର ଚଳ ଚଞ୍ଚଳ ହୋଇ ଉଠିଛି। ରାସ୍ତାକଡ଼ରେ ହୋଲି ଲାଗି ବିଭିନ୍ନ ପ୍ରକାର ରଙ୍ଗ ବିକ୍ରି ସାଙ୍ଗକୁ ପିଚକାରୀ ମଧ୍ୟ ବିକ୍ରି ଆରମ୍ଭ ହୋଇଯାଇଛି। ରାଉରକେଲାର ଡେଲି ମାର୍କେଟ , ଟ୍ରାଫିକ ଗେଟ୍ , ଆମ୍ବାଗାନ ଆଦି ଅଞ୍ଚଳରେ ହୋଲି ରଙ୍ଗ ଦୋକାନ ଖୋଲି ଯାଇଛି। ଗୋଟିଏ ପଟେ ହୋଲି ଉତ୍ସବ ପାଳନ ଲାଗି ଲୋକମାନେ ପ୍ରସ୍ତୁତି ଚଳାଇ ଥିବା ବେଳେ ଶାନ୍ତି ଶୃଙ୍ଖଳା ସହ ହୋଲି ପାଳନ ଲାଗି ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି।
ଏହି ପରିପ୍ରେକ୍ଷୀରେ ପ୍ଲାଣ୍ଟସାଇଟ୍ ଥାନାରେ ବୁଧବାର ସନ୍ଧ୍ୟାରେ ଏକ ସମ୍ୱନୟ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ରାଉରକେଲା ଏସପି ନୀତେଶ ୱାଧୱାନି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବରିଷ୍ଠ ପୋଲିସ ଅଧିକାରୀ , ଇଣ୍ଟିଗ୍ରେସନ୍ ଫୋରମ୍ ସଦସ୍ୟ , ବିଭିନ୍ନ ହୋଲି ଏବଂ ରମଜାନ କମିଟିର ସଦସ୍ୟ ମାନେ ଯୋଗ ଦେଇଥିଲେ। ଭାଇଚାରା ସହ ହୋଲି ଏବଂ ରମଜାନ ପାଳନ ଲାଗି ସମସ୍ତ କମିଟି ସଦସ୍ୟ ଏବଂ ପୋଲିସ୍ ପକ୍ଷରୁ ନିବେଦନ କରାଯାଇଥିଲା।
ଆଜି ରାଉରକେଲା ପୋଲିସ ପକ୍ଷରୁ ହୋଲି ପାଳନ ପାଇଁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଡି ଜେ ଏବଂ ଲାଉଡ୍ ସ୍ପିକର ନିର୍ଦ୍ଧାରିତ ସାଉଣ୍ଡରେ ବଜାଇବା ଲାଗି ନିବେଦନ କରାଯାଇଛି। ଏହାଛଡା ରାସାୟନିକ ରଙ୍ଗ ବ୍ୟବହାର ନକରିବା , ସର୍ବସାଧାରଣ ସ୍ଥାନରେ ମଦ୍ୟ ପାନ କରି ରଙ୍ଗ ଖେଳିବାକୁ ବାରଣ କରାଯାଇଛି। ନଦୀ ଘାଟରେ ମଦ ପିଇ ଗାଧୋଇବାକୁ ମଧ୍ୟ ବାରଣ କରାଯାଇଛି। ନାବାଳକ ମାନେ ନଦୀ କିମ୍ବା ପୋଖରୀ କୂଳରେ ଗାଧୋଇବାକୁ ନିଷେଧ କରାଯାଇଛି। ମୋଟ ଉପରେ ଭାଇଚାରା ସହ ଏକ ସୁରକ୍ଷିତ ହୋଲି ମନାଇବାକୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି।

Leave A Reply

Your email address will not be published.