ରାଉରକେଲା : ଆଇନ୍ ଶୃଙ୍ଖଳା ବ୍ୟବସ୍ଥିତ କରିବାକୁ ନେଇ ଉପଖଣ୍ଡ ସ୍ତରୀୟ ବୈଠକ।। ଅପରାଧିକ କାର୍ଯ୍ୟକଳାପ ରୋକିବା ଉପରେ ଗୁରୁତ୍ବ।

0 258

ରାଉରକେଲା : ୧୨/୩ (ସତ୍ୟାନ୍ୟୁଜ) ପାନପୋଷ ଉପଖଣ୍ଡ ଅଂଚଳରେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ କୁ ସୁଦଢ କରିବା ଓ ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବିଏନଏସଏସ) ଅର୍ନ୍ତଭୁକ୍ତ ବିଭିନ୍ନ ମାମଲାର ଶୀଘ୍ର ସମାଧାନ ପାଇଁ ଆଜି ଏକ ବୈଠକ ପ୍ରଶାସନ ଓ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହିତ ପିଏଆଇଟିଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକର ଅଧ୍ୟକ୍ଷତା ପାନପୋଷ ଉପଜିଲ୍ଳାପାଳ ବିଜୟ କୁମାର ନାୟକ କରିଥିଲେ l ବୈଠକରେ ତହସିଲଦାର ରାଉରକେଲା, ତହସିଲଦାର ବିରମିତ୍ରପୁର, ତହସିଲଦାର ପାନପୋଷ ନିଜ ଅଂଚଳରେ ଥିବା ବିଏନଏସଏସ ସେକ୍ସନର ବିଭିନ୍ନ କେସ ବିଷୟରେ ଅବଗତ କରାଇଥିଲେ l ଏଥିରେ ପୋଲିସର କ୍ଷମତା ବ୍ୟବହାର କରି ଚୋରା ଚାଲାଣ ହୋଉଥିବା ବାଲି ଚୋରି , ମଦ ବ୍ୟାପାର, ବେ ଆଇନ ଭାବରେ ଜମି ଦଖଲ ସବୁ ତ୍ବରିତ ସମାଧାନ ଦିଗରେ ଆଲୋଚନା କରାଯାଇଥିଲା l  ଉପଜିଲ୍ଲାପାଳ  ନିଲମ୍ବିତ ମାମଲାକୁ ଶୀଘ୍ର ସମାଧାନ କରିବାକୁ ନିର୍ଦେଶ ଦେଇଥିଲେ l ସେହିପରି ଅବକାରୀ ବିଭାଗ ଓ ମାଇନିଂ ବିଭାଗ ମଧ୍ୟ ଏ ଦିଗରେ  ବିଭାଗ ପକ୍ଷରୁ କରାଯାଉଥିବା କାର୍ଯ୍ୟ ସଂପର୍କରେ ଅବଗତ କରାଇଥିଲେ l  ଉପଜିଲ୍ଲାପାଳ ବିଜୟ ନାୟକ କହିଥିଲେ ଯେ ନାଗରିକମାନଙ୍କୁ ସୁରକ୍ଷା, ଓ ଅଂଚଳର ଶାନ୍ତି ବଜାୟ ରଖିବା ପାଇଁ ପ୍ରଶାସନ ଓ ପୋଲିସ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ରଖିବା ସହିତ ମିଳିମିିଶି ସହଯୋଗରେ କାର୍ଯ୍ୟ  କରିବାର ଆବଶ୍ୟକତା ରହିଛି l ସହରରେ ଘଟୁଥିବା ଆପରାଧିକ କାର୍ଯ୍ୟକଳାପ,  ବାଲି ଚୋରି, ମଦବ୍ୟାପାର କୁ ରୋକିବା ପାଇଁ ଏନଫୋର୍ସମେଣ୍ଟ ସ୍କାର୍ଡମାନ ଗଠନ କରାଯାଇଛି ା ଏହା ବିଭିନ୍ନ ସ୍ଥାନରେ ଚଢାଉ କରୁଛି l ଆଗାମୀ ଦିନରେ ଏହାକୁ ଆହୁରି  ବ୍ୟାପକ କରାଯିବ l ନାଗରିକ ସୁରକ୍ଷା ଆମର ପ୍ରାଥମିକତା ରହିଛି l

ବୈଠକରେ ଏସଡିପିଓ ପାନପୋଷ ଅମ୍ବିତ ମହାନ୍ତି,  ତହସିଲଦାର ରାଉରକେଲା ନିବେଦିତା ପ୍ରଧାନ ,  ତହସିଲଦାର ବିରମିତ୍ରପୁର ଗୌରୀ ନାୟକ, ଆଂଚଳିକ ପରିବହନ ଅଧିକାରୀ ବିଭବାଞ୍ଜନ ସାମନ୍ତ ସିଂହାର ସହିତ ପାନପୋଷ ଉପଖଣ୍ଡର   ଥାନାଧିକାରୀମାନେ ଓ ବିଭିନ୍ନ ବିଭାଗୀୟ  ଅଧିକାରୀ ଉପସ୍ଥିତ ଥିଲେ l

Leave A Reply

Your email address will not be published.