ବଣାଇ : ଚୋରା ବାଲି ଚାଲାଣ ଉପରେ ପୋଲିସ ର ଚଢ଼ାଉ।। ବଡ଼ବିଲ ଚାଲାଣ ହେଉଥିବା ବେଳେ ୮ଟି ବାଲି ବୋଝେଇ ଗାଡ଼ି ଜବତ।

0 452

ବଣାଇ : ୧୧/୩(ସତ୍ୟାନ୍ୟୁଜ)
ସୁନ୍ଦରଗଡ଼ ଜିଲ୍ଲା ବଣାଇରୁ ବଡ଼ବିଲ ଅଞ୍ଚଳକୁ ଚୋରାରେ ବାଲି ଚାଲାଣ ହେଉଥିବା ବେଳେ ବଣାଇ ପୋଲିସ ଚଢାଉ କରିଛି। ପୋଲିସ ଗୋଡେଇ ଗୋଡେଇ ୮ଟି ବାଲି ବୋଝେଇ ଗାଡ଼ି ଜବତ କରିଛି। ଜବତ ଦୁଇଟି ଗାଡିର କାଗଜ ପତ୍ର ନଥିବାରୁ ଥାନାକୁ ଆଣି କେଶ କରି ଥିବା ବେଳେ ଅନ୍ୟ ଗାଡି ଗୁଡ଼ିକୁ ଖଣି ବିଭାଗ କୁ ହସ୍ତାନ୍ତର କରାଯାଇଛି।
ଅନ୍ୟ ପଟେ ବାରତେଙ୍ଗଳା, ଖାନମୁନି,ମହୁଲ ଡିହା, ପୋଇଗା ଆଦି ବାଲିଘାଟ ବନ୍ଦ ଅଛି। ଫଳରେ ଏହା ବାଲି ମାଫିଆଙ୍କ ଭୂସ୍ବର୍ଗ ପାଲିଟିଛି। ବିନା ଟ୍ରାଞ୍ଜିଟ୍ ପାସ୍ ରେ ବାଲି ଚାଲାଣ ଚାଲିଛି। ଖାଲି ବାଲି ନୁହେଁ , ମୂଷା ପୋଷ ଅଂଚଳ ରେ ବିନା ଲିଜ୍ ରେ ପଥର ଖାଦାନ ରୁ ପ୍ରତେକ ଦିନ ପଥର ଚୋରାଚାଲାଣ ହେଉଛି। ଖଣି ବିଭାଗ, ପୋଲିସ, ଜଙ୍ଗଲ ବିଭାଗ ଏହା ଉପରେ ଚଢ଼ାଉ କରିବାକୁ ଯୋଜନା କରୁଛି।

Leave A Reply

Your email address will not be published.