ରାଉରକେଲା : ୧୧/୩(ସତ୍ୟାନ୍ୟୁଜ) ବେଆଇନ୍ ବାଲି ଚାଲାଣ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ସରକାର କଡା ନିର୍ଦ୍ଦେଶ ଦେବା ପରେ ରାଉରକେଲା ସମେତ ସମଗ୍ର ସୁନ୍ଦରଗଡ଼ ଜିଲ୍ଲାରେ ପ୍ରଶାସନ ସକ୍ରିୟ ହୋଇ ପଡ଼ିଛି। ପାନପୋଷ ଉପଜିଲ୍ଲାୁପାଳ ବିଜୟ ନାୟକଙ୍କ ନେତୃତ୍ୱରେ ଗତକାଲି ଠାରୁ ଏନଫୋର୍ସମେଣ୍ଟ ସ୍କାର୍ଡ ଉପଖଣ୍ଡର ବିଭିନ୍ନ ସ୍ଥାନରେ ଚଢାଉ କରୁଛନ୍ତି। ୩ଟି ବାଲିଘାଟରେ ଚଢାଉ କରାଯାଇ ବେଆଇନ ବାଲି ଚାଲାଣ ଅଭିଯୋଗରେ ୨ଟି ବାଲି ବୋଝେଇ ଟ୍ରକ କୁ ଜବତ କରା ଯାଇଛି। l
ମିଳିଥିବା ସୂଚନା ଅନୁସାରେ ଭୋରୁ ଭୋରୁ ତୁମକେଲା ବାଲିଘାଟ, ବିଜୁବନ୍ଧ ଓ ଲୁଆକେରା ବାଲିଘାଟରେ ଚଢାଉ କରାଯାଇଥିଲା l ଚଢାଉ ସମୟରେ ବାଲିରେ ଭର୍ତ୍ତି ଥବା ୨ ଗୋଟି ଟ୍ରକ ଜବତ କରି ଛେଣ୍ଡ ଥାନl ରେ ରଖାଯାଇଛି l
ଗାଡି ନମ୍ବର ଓ ଡି ୧୪ ବି୭୫୧୬ , ଓ ଡି ୧୪ ଏ ଜି ୦୭୮୫ ରୁ ବାଲି ଜବତ କରାଯାଇଛି l
ଏହି ସ୍କାର୍ଡ ରେ ତହସିଲଦାର ନିବେଦିତା ପ୍ରଧାନ, ଅତିରିକ୍ତ ତହସିଲଦାର ଅମୁଲ୍ୟ ରତନ ସାହୁ , କନିଷ୍ଠ ମାଇନିଂ ଅଧିକାରୀ ହିମାଂଶୁ ଭୁଷଣ ସାହୁ ଛେଣ୍ଡ ଥାନାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ l