ରାଉରକେଲା : ରାଉରକେଲା ପୋଲିସକୁ ବଡ ସଫଳତା।। ବ୍ୟାଙ୍କ୍ ସମ୍ମୂଖ ରୁ ଛିନତାଇ ହୋଇଥିବା ୫ ଲକ୍ଷ ୨ ମାସ ପରେ ଉଦ୍ଧାର।। ଜଣେ ଗିରଫ।
ରାଉରକେଲା : ୧୦/୩(ସତ୍ୟାନ୍ୟୁଜ) ରାଉରକେଲା ପୋଲିସକୁ ମିଳିଛି ବଡ ସଫଳତା। ୧୯ ନମ୍ବର ସେକ୍ଟର ଷ୍ଟେଟବ୍ୟାଙ୍କ ସମ୍ମୁଖରୁ ସୁଶିଲ ମାଝୀ ନାମକ ଜଣେ ଅବସରପ୍ରାପ୍ତ ପୋଲିସ କର୍ମଚାରୀଙ୍କ ଠାରୁ ଲୁଟ୍ ହୋଇଥିବା ୫ ଲକ୍ଷ ଟଙ୍କା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିବା ବେଳେ ଏକ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ କୁ ଠାବ କରିଛନ୍ତି। ଗିରଫ ହୋଇଥିବା ଲୁଟେରା ଠାରୁ ଛିନତାଇ ହୋଇଥିବା ୫ ଲକ୍ଷ ଲକ୍ଷ ଟଙ୍କା ଜବତ କରା ଯାଇ ଲୁଟ୍ ର ଶିକାର ହୋଇଥିବା ସୁଶିଲ ମାଝିଙ୍କୁ ହସ୍ତାନ୍ତର କରାଯାଇଛି। ଘଟଣା ଘଟିଥିଲା ଜାନୁଆରୀ ୯ ତାରିଖରେ। ସୁଶିଲ ନିଜ ଝିଅ ର କୌଣସି କାମ ପାଇଁ ବ୍ୟାଙ୍କ୍ ରୁ ୫ ଲକ୍ଷ ଟଙ୍କା ଉଠାଇ ଗାଡ଼ି ପାଖକୁ ଆସୁଥିବା ବେଳେ ଦୁଇ ଜଣ ଦୁବୃର୍ତ୍ତ ପଲସର୍ ବାଇକ୍ ରେ ଆସି ଟଙ୍କା ବ୍ୟାଗ୍ ଝାମ୍ପି ନେଇ ଯାଇଥିଲେ। ନିଜର ଜମା ରାଶି ଲୁଟ୍ ହେବା ପରେ ସୁଶିଲ ଭାଙ୍ଗି ପଡ଼ିଥିଲେ। ଟଙ୍କା ଆଉ ମିଳିବା ନେଇ ଆଶା କରିନଥିଲେ। ମାତ୍ର ଆଜି ପୋଲିସ ଏହି ଛିନତାଇ ଗ୍ୟାଙ୍ଗ ର ଜଣେ ସଦସ୍ୟ ଟ୍ରାଫିକ ଗେଟ୍ ଏରିଆର ରାଜେଶ ଅନ୍ଥୋନି କୁ ଗିରଫ କରିଥିବା ବେଳେ ଲୁଟ୍ ହୋଇ ଥିବା ୫ ଲକ୍ଷ ଟଙ୍କା ଉଦ୍ଧାର କରିଛନ୍ତି। ଏହି ଟଙ୍କା କୁ ଲୁଟ୍ ର ଶିକାର ହୋଇଥିବା ସୁଶିଲ ମାଝିଙ୍କୁ ହସ୍ତାନ୍ତର କରିଛନ୍ତି। ଟଙ୍କା ପାଇବା ପରେ ସୁଶିଲ ପୋଲିସକୁ ଧନ୍ୟବାଦ୍ ଦେବାସହ ନିଜ ଖୁସି ଜାହିର କରିଛନ୍ତି।
ଅନ୍ୟ ପଟେ ଏହି ଲୁଟ୍ ରେ ବିହାର କଟିହାର୍ ଅଞ୍ଚଳର ଏକ ଆନ୍ତଃରାଜ୍ୟ ଗ୍ୟାଙ୍ଗ ଜଡ଼ିତ ଥିବା ପୋଲିସ ଜାଣିବାକୁ ପାଇଛି। ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ , ବିହାର , ଓଡ଼ିଶା , ଛତିଶଗଡ ରେ ଏହି ଗ୍ୟାଙ୍ଗ ସକ୍ରିୟ ଅଛି। ପୋଲିସ ଗ୍ୟାଙ୍ଗ ର ଅନ୍ୟ ସଦସ୍ୟ ମାନଙ୍କୁ ଧରିବା ଲାଗି ଉଦ୍ୟମ କରୁଛି।