ବଣାଇ : ବଣାଇ ଉପଖଣ୍ଡରେ ଜଳୁଛି ଜଙ୍ଗଲ।। ନିଆଁ ଲିଭାଇବାକୁ ବନ ବିଭାଗ ପକ୍ଷରୁ ଦିନ ରାତି ଉଦ୍ୟମ ଜାରି।

0 228

ବଣାଇ : ୯/୩(ସତ୍ୟାନ୍ୟୁଜ) ଗ୍ରୀଷ୍ମ ଆସି ନାହିଁ। କିନ୍ତୁ ଏବେଠାରୁ ଜଙ୍ଗଲରେ ନିଆଁ ଲାଗିବା ଆରମ୍ଭ ହୋଇ ଗଲାଣି। ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡ ଏବଂ ବାଙ୍କୀ ରେଞ୍ଜର ବିଭିନ୍ନ ଜଙ୍ଗଲ ରେ ଏବେ ନିଆଁ ର ପ୍ରକୋପ ଦେଖା ଯାଉଛି। ବନ ବିଭାଗ ପକ୍ଷରୁ ନିଆଁ ଲିଭାଇବା ଲାଗି ଫାୟାର ସ୍କ୍ୱାର୍ଡ , ବନ ବିଭଗ କର୍ମଚାରୀ ଉଦ୍ୟମ ଜାରି ରଖି ଛନ୍ତି । ଏବେ ଜଙ୍ଗଲ ଜମିରେ ମହୁଲ ଗୋଟାଇବା ଲାଗି ନିଆଁ ଲଗାଇ ଦେଉ ଥିବା ଅଭିଯୋଗ ହେଉଥିବା ବେଳେ ଏହି ନିଆଁ ଜଙ୍ଗଲ ଆଡକୁ ଦୃତ ଗତିରେ ମାଡି ଯାଉଛି। ବନ ବିଭାଗ କର୍ମଚାରୀ, ଫାୟାର ସ୍କ୍ୱାର୍ଡ ବ୍ଲୟାର ମେସିନଦ୍ୱାରା ନିଆଁ କୁ ଆୟତ୍ତ କରିବାକୁ ଉଦ୍ୟମ କରୁଛନ୍ତି। ନିଆଁ ଜଙ୍ଗଲରେ ଲାଗିବା ଯୋଗୁ ଜଙ୍ଗଲ ପାଖରେ ଥିବା ଘର ଗୁଡିକ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି। ଏବେ ଜଙ୍ଗଲ ନିଆଁ ମନୁଷ୍ୟ କୃତ ହୋଇଥିବାରୁ ବିଭାଗୀୟ କର୍ତ୍ତୃପକ୍ଷ ପେଟ୍ରୋଲିଂ ବଢାଇ ଦେଇଛନ୍ତି।

Leave A Reply

Your email address will not be published.