ବଣାଇ : ଖେଳୁ ଖେଳୁ ଗରା ରେ ପସି ଗଲା ୪ ବର୍ଷ ଶିଶୁର ମୁଣ୍ଡ।। ବହୁ ଚେଷ୍ଟା ପରେ ଡାକ୍ତର ମାନେ ଗରା କାଟି ଶିଶୁକୁ ଉଦ୍ଧାର କଲେ।

0 399

ବଣାଇ : ୮/୩(ସତ୍ୟାନ୍ୟୁଜ) ବଣାଇ ହସ୍ପିଟାଲ୍ ଡାକ୍ତରଙ୍କ ଉଦ୍ୟମ କ୍ରମେ ଜଣେ ଚାରି ବର୍ଷ ଶିଶୁକୁ ଏକ ବଡ ବିପଦରୁ ଉଦ୍ଧାର କରାଯାଇ ପାରିଛି।ବଣାଇ ଥାନା ଅନ୍ତର୍ଗତ ଜାଙ୍ଗଳା ଗ୍ରାମରେ ୪ ବର୍ଷର ଶିଶୁ ପୁତ୍ର ଖେଳୁ ଖେଳୁ ମୁଣ୍ଡରେ ଷ୍ଟିଲ ଗରା ଫସି ଯାଇ ଥିଲା। ଘର ଲୋକ ବହୁ ଚେଷ୍ଟା କରି ବିଫଳ ହେବା ପରେ ବଣାଇ ହସ୍ପିଟାଲ କୁ ଆଣି ଥିଲେ। ଜାଙ୍ଗଳା ଗ୍ରାମର ବାବୁଲି ମୁଣ୍ଡା ଓ ତାଙ୍କର ପତ୍ନୀ ସାବିନା ମୁଣ୍ଡାଙ୍କର ୪ବର୍ଷର ଶିଶୁ ପୁତ୍ର ଶୁଭମ୍ ଘରେ ଷ୍ଟିଲ ଗରା ସହିତ ଖେଳୁ ଖେଳୁ ମୁଣ୍ଡଟି ଷ୍ଟିଲ ଗରାରେ ପଶି ଯାଇଥିଲା। ଫଳରେ ମାଆ ଓ ତାଙ୍କର ପରିବାର ବର୍ଗ ଗରା କୁ ମୁଣ୍ଡରୁ ବାହାର କରିବା ପାଇଁ ବହୁ ଚେଷ୍ଟା କରି ଥିଲେ ମଧ୍ୟ ସଫଳ ହୋଇ ନଥିଲେ। ବ୍ୟତିବ୍ୟସ୍ତ ବାପା , ମା ଶେଷରେ ଶିଶୁ ପୁତ୍ରକୁ ବଣାଇ ଉପଖଣ୍ଡ ଚିକିତ୍ସାଳୟକୁ ନେଇ ଥିଲେ। ସେଠାରେ ଷ୍ଟିଲ ଗରାଟି ମୁଣ୍ଡରୁ ବାହାରି କରିବା ପାଇଁ ବହୁ ଚେଷ୍ଟା କରିବା ପରେ ମଧ୍ୟ ବିଫଳ ହୋଇଥିଲେ। ପରେ ରାଉରକେଲା ନେବା ପାଇଁ ବାହାରୁ ଥିବା ବେଳେ ଦାୟିତ୍ବରେ ଥିବା ଡାକ୍ଟର ପ୍ରଭାତ ରଞ୍ଜନ ସିଂ, ଷ୍ଟାପ ଆକାଶ ରାୟ, ବିରେନ୍ଦ୍ର ନାଏକ ମୁଣ୍ଡରୁ ଗରାକୁ ବାହାର କରିବା ପାଇଁ ଉଦ୍ୟମ କରିଥିଲେ। କଇଁଚି ଓ କଟର ସାହାଯ୍ୟରେ ଗରାକୁ କାଟି ଶିଶୁ କୁ ସୁସ୍ଥ କରିଥିଲେ। ଏବେ ଶିଶୁଟି ସୁସ୍ଥ ଥିବା ଡ଼ାକ୍ତର ସୂଚନା ଦେଇଛନ୍ତି।

Leave A Reply

Your email address will not be published.