ସୁନ୍ଦରଗଡ଼ : ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ।। ନାରୀ ନିର୍ଯାତନା ଦୂରୀକରଣ ଉପରେ ଗୁରୁତ୍ବ।

0 207

ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ସୁନ୍ଦରଗଡ଼, ୮/୪(ସତ୍ୟାନ୍ୟୁଜ): ସ୍ଥାନୀୟ ସଂସ୍କୃତି ଭବନ ଠାରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିୟ ମହିଳା ଦିବସ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଯୋଜିତ ହୋଇଯାଇଛି।
କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନ, ସୁନ୍ଦରଗଡ଼ ପୌରପରିଷଦ ର ଅଧ୍ୟକ୍ଷା ଶୀମତୀ ତନୟା ମିଶ୍ର, ଜିଲ୍ଲାପାଳ ମନୋଜ ସତ୍ୟବାନ୍ ମହାଜନ, ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ସୁରଞ୍ଜନ ସାହୁ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସଚିବ ଡକ୍ଟର ରିନତୀ ମିଶ୍ର, ଜିଲ୍ଲା ଶିକ୍ଷା ଅଧିକାରୀ ଅମୂଲ୍ବ୍ଯ ପ୍ରଧାନ,ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ କ୍ରିଷ୍ଣା କୁମାରୀ ନନ୍ଦ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ, ବିଶିଷ୍ଟ ସମାଜସେବୀ ଶ୍ରୀମତୀ ସ୍ନେହଲତା ପଟେଲ ଯୋଗଦେଇଥିଲେ।
ମହିଳା ମାନେ ସମାଜ ର ପ୍ରତ୍ୟେକ କ୍ଷେତ୍ର ରେ ଆଗଭର । ପ୍ରତ୍ୟେକ କ୍ଷେତ୍ର ରେ ସେମାନେ ନିଜର ପାରଦର୍ଶିତା ପ୍ରତିପାଦନ କରି ପାରିଛନ୍ତି। ମହିଳା ନିଜେ ଶସକ୍ତ ହେବା ସହିତ ସମଗ୍ର ପରିବାର କୁ ମଧ୍ୟ ଶସକ୍ତ କରିବାରେ ସହାୟକ ହେଉଛନ୍ତି। ସେହିପରି ବିଭିନ୍ନ ସମୟ ରେ ମହିଳା ମାନଂକ କ୍ଷେତ୍ର ରେ ହେଉଥିବା ବିଭିନ୍ନ ପ୍ରକାରର ନିର୍ଯାତନା ଆଦି ର ଦୂରୀକରଣ ଉପରେ କାର୍ଯ୍ୟକ୍ରମ ରେ ଗୁରୁତ୍ଵାରୋପ କରାଯାଇଥିଲା।

ଏହି ଅବସର ରେ ଜିଲ୍ଲା ସ୍ତରୀୟ ପ୍ରତିଯୋଗୀତା ରେ ବିଜୟୀ ହୋଇ ଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ସବଡେଗା ବ୍ଲକ ର ସିଡିପିଓ ଶ୍ରୀମତୀ ସଂଧ୍ୟା ରାଣୀ ନାଯକ ଙ୍କୁ ବେଷ୍ଟ ସି ଡି ପି ଓ ରୂପେ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ସମସ୍ତ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଗୁଡିକ ସୂଚାରୁରୂପେ ଓ ସଫଳତା ର ସହ ଆଯୋଜିତ କରିଆସୁଥିବା ଶ୍ରୀମତୀ ମୀନାକ୍ଷୀ ପ୍ରଧାନ ଜିଲ୍ଲା ସଂଯୋଜିକା ଙ୍କୁ ପ୍ରଶାସନ ପକ୍ଷରୁ Best Organizer ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। ରାଜ୍ୟସ୍ତରୀୟ ଅଦ୍ବିକା ସମରୋହ ରେ ବକ୍ତୃତା ପ୍ରତିଯୋଗିତାରେ ପ୍ରଥମ ହୋଇ ଜିଲ୍ଲା କୁ ଯଶସ୍ବୀ କରିଥିବା ସବଡେଗା ବ୍ଲକ ର ଦିନେଶ ଟପ୍ପୋ ଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ କୁ ଶ୍ରୀମତୀ ସୁଶିଳା ରଥ ସୁରକ୍ଷା ଅଧିକାରୀ ମଞ୍ଚ ପରିଚାଳନା କରିଥିଲେ। ଶେଷ ରେ ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ କନକଲତା ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।
କାର୍ଯ୍ୟକ୍ରମ ରେ ଶିଶୁ ମଙ୍ଗଳ କମିଟି ର ଅଧ୍ୟକ୍ଷ ଶ୍ରୀ ନନ୍ଦ ଲାଲ ନାଏକ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଶ୍ରିବନ୍ତ ଜେନା, ସମସ୍ତ ସି ଡି ପି ଓ, ଅଙ୍ଗନୱାଡ଼ି କର୍ମୀ, ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ। ପରେ ପରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Leave A Reply

Your email address will not be published.