ସୁନ୍ଦରଗଡ଼ : ୭/୩(ସତ୍ୟାନ୍ୟୁଜ) ସ୍ତ୍ରୀ ର ଅନୈତିକ ସମ୍ପର୍କ ଥିବା ସନ୍ଦେହ କରି ସ୍ଵାମୀ ଇଟା ରେ ଛେଚି ହତ୍ୟା କରିଛି ସ୍ତ୍ରୀକୁ । ଏପରି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ସୁନ୍ଦରଗଡ଼ ଟାଉନ ଥାନା ରଜାମୁଣ୍ଡା ଅଞ୍ଚଳରେ। ଗତକାଲି ବିଳମ୍ବିତ ରାତିରେ ହତ୍ୟାକାଣ୍ଡ ଘଟିଥିବା ବେଳେ ପୋଲିସ ଅଭିଯୁକ୍ତ ସ୍ବାମୀ କୁ ଗିରଫ କରିଥିବା ଜଣାପଡିଛି। ଅଭିଯୁକ୍ତ ମଙ୍ଗଲ ଓରାମ ସବୁବେଳେ ସ୍ତ୍ରୀ ର ଅନୈତିକ ସମ୍ପର୍କ ଥିବା ସନ୍ଦେହ କରି ମାଡ଼ପିଟ କରୁଥିଲା । ଗତକାଲି ରାତିରେ ମଧ୍ୟ ସେହି କଥା କୁ ନେଇ ଉଭୟ ଙ୍କ ମଧ୍ୟରେ ଝଗଡ଼ା ହୋଇ ଥିଲା। ପରେ ରାଗରେ ଘର ନିକଟ ଇଟା ଭଟ୍ଟା ପାଖରେ ଇଟାରେ ସ୍ତ୍ରୀ ମୁଣ୍ଡକୁ ଛେଚି ହତ୍ୟା କରିଥିଲା ମଙ୍ଗଳ। ଏ ବାବଦରେ ସ୍ଥାନୀୟ ଲୋକେ ପୁଲିସ କୁ ସୂଚନା ଦେଇଥିଲେ । ପୁଲିସ ଅଭିଯୁକ୍ତ ମଙ୍ଗଲ କୁ ଗିରଫ କରି ତଦନ୍ତ ଜାରି ରଖିଛି। ଘଟଣାସ୍ଥଳରେ ସଦର ଏସ ଡି ପି ଓ ମାନସ ରଞ୍ଜନ ମହାପାତ୍ର, ଭାରପ୍ରାପ୍ତ ଟାଉନ ଥାନା ଅଧିକାରୀ ଅନିଲ କୁମାର ସାମଲ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।