ରାଉରକେଲା : ବାଲି , ପଥର , ଚିପ୍ସ, ମେଟାଲ୍ ଆଦିର ଚୋରା ଚାଲାଣ ରୋକିବାକୁ ବୈଠକ।। ରାଜସ୍ବ ବିଭାଗ ଏବଂ ପୋଲିସର ମିଳିତ ବୈଠକ।

0 624

ଲଘୁ ଖଣିଜ ପଦାର୍ଥର ବେଆଇନ ଚୋରା ଚାଲାଣକୁ ରୋକିବା ପାଇଁ ବୈଠକ

ରାଉରକେଲା : ୨୮/୨(ସତ୍ୟାନ୍ୟୁଜ)  ଇସ୍ପାତ ଓ ଖଣି ବିଭାଗ ପକ୍ଷରୁ  ଲଘୁ ଖଣିଜ ପଦାର୍ଥର ବେଆଇନ ଚୋରା ଚାଲାଣକୁ ରୋକିବା ପାଇଁ ଉପଖଣ୍ଡସ୍ତରୀୟ କମିଟି ଓ ତହସିଲ ସ୍ତରୀୟ ଏନଫୋର୍ସମେଣ୍ଟ କମିଟି ଗଠନ କରାଯାଇଛି l  ଉପଖଣ୍ଡସ୍ତରୀୟ କମିଟିରେ ଉପଜିଲ୍ଲାପାଳ ପାନପୋଷ ଅଧ୍ୟକ୍ଷ ଅଛନ୍ତି l ଏହା ସହିତ ଏସଡିପିଓ , ଏସସିଏଫ,ତହସିଲଦାର ,ଥାନା ଅଧିକାରୀମାନେ ସଦସ୍ୟ ଓ ମାଇନିଂଗ ଅଧିକାରୀଙ୍କୁ ସଂଯୋଜକ ରଖା ଯାଇଛି l
ସେହିପରି ତହସିଲ ସ୍ତରୀୟ କମିଟି ରେ ତହସିଲଦାର ଅଧ୍ୟକ୍ଷ ଅଛନ୍ତି l ରେଜଂ ଅଧିକାରୀ ଓ ସଂପ୍ରୁକ୍ତ ଅଂଚଳର ଆଇଆଇସି ମାନେ ସଦସ୍ୟ ଏବଂ ମାଇନିଂ ଅଫିସର କିମ୍ବା ଜୁନିୟର ମାଇନିଂଗ ଅଫିସର ସଂଯୋଜକ ରହିଛନ୍ତି l
ଏହି ପରିପ୍ରେକ୍ଷିରେ କମିଟି ଗଠନ ହେଲା ପରେ ଗୁରୁବାର ଦିନ ଉପଖଣ୍ଡ ସ୍ତରୀୟଏନଫୋର୍ସମେଣ୍ଟ କମିଟି ପ୍ରଥମ ବୈଠକ ଉପଜିଲ୍ଳାପାଳ ପାନପୋଷ ଶ୍ରୀ ବିଜୟ ନାୟକଙ୍କ ଅଧ୍ୟକ୍ଷତା ରେ  କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇ ଯାଇଛି l ଏଥିରେ  ପାନପୋଷ ଉପଖଣ୍ଡରେ ବାଲି , ପଥର , ଚିପ୍ସ ,ମେଟାଲ ଆଦିର ଚୋରା ଚାଲାଣ ରୋକିବା ପାଇଁ ପୋଲିସ ଓ ରାଜସ୍ବ ବିଭାଗ ମିଳିତ ଭାବରେ କାର୍ଯ୍ୟ କରିବ ଓ ଏନଫୋର୍ସମେଣ୍ଟ କୁ ଆହୁରି ମଜବୁତ କିପରି କରିପାରିବ ସେ ଦିଗର ଆଲୋଚନା କରାଯାଇଥିଲା l ଉପଜିଲ୍ଲାପାଳ  ଲଘୁ ଖଣିଜ ପଦାର୍ଥ ର ବହୁଳ ବ୍ୟବହାର ହୋଉଥିବାର ଏହାର ଚୋରା ଚଲାଣ ଉପରେ କଟକଣା ଲଗାଇବା ଉପରେ ଗୁରୁତ୍ବାରୋପ କରିଥିଲେ ା  ଏହି ବୈଠକରେ ରାଉରକେଲା ତହସିଲଦାର ନିବେଦିତା ପ୍ରଧାନ , ଏସଡିପିଓ ପାନପୋଷ ଅମ୍ବିତ ମହାନ୍ତି , ଏସଡିପିଓ ବିରମିତ୍ରପୁର ସୁଶାନ୍ତ ଦାସ, ମାଇନିଂଗ ଅଧିକାରୀ ଅଜୟ କୁମାର ଗିରି ସମେତ ବିଭିନ୍ନ ଥାନା ର ଥାନ ଅଧିକାରୀ, ଅତିରିକ୍ତ ତହସିଲଦାରମାନେ ଉପସ୍ଥିତ ଥିଲେ l

Leave A Reply

Your email address will not be published.